Categories: ଜାତୀୟ

ବନ୍ଦେ ଭାରତ ଟ୍ରେନ ଉପରେ ପୁଣି ପଥର ମାଡ

ଥିରୁଭାନନ୍ତପୁରମ୍‌,୧୭।୮: ପୁଣିଥରେ ବନ୍ଦେ ଭାରତ ଟ୍ରେନ ଉପରେ ପ୍ରଥର ମାଡ ହୋଇଛି। କେରଳରେ ଏହି ଘଟଣା ଘଟିଛି। କିଛି ଅଜ୍ଞାତ ଲୋକେ ରାଜ୍ୟ ରେଳବାଇର କାସରଗୋଡ-ଥିରୁଭାନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରକୁ ପଥର ଫିଙ୍ଗିଥିଲେ। ଏଥିରେ ଟ୍ରେନର ଏକ ଝରକା କାଚ ଭାଙ୍ଗିଗଲା। ଏହାପୂର୍ବରୁ ରାଜ୍ୟର ଉତ୍ତର କନ୍ନୁର ଜିଲାରେ ଦୁଇଟି ଟ୍ରେନକୁ ପଥର ଫିଙ୍ଗା ଯାଇଥିଲା।
କାସାରାଗୋଡ-ଥିରୁବନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ହୋଇଥିବା ଆକ୍ରମଣ ଯୋଗୁ ସି -୮ କୋଚର ଏକ ଝରକା ଭାଙ୍ଗିଯାଇଛି। ଫଳରେ ରାଜ୍ୟ ରେଳ ଯାତ୍ରା ଉପରେ ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ବୃଦ୍ଧି ପାଇଛି। ରେଳ ଅଧିକାରୀଙ୍କ କହିବାନୁସାରେ, ରାତି ୪ ରୁ ୪.୩୦ ମଧ୍ୟରେ ଭଟକାର ନିକଟରେ ଏହି ଘଟଣା ଘଟିଥିଲା। ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି, କିନ୍ତୁ ବାହାରୁ କାଚ ଭାଙ୍ଗି ଯାଇଛି।

Share