Categories: ଜାତୀୟ

ଅପରେଶନ ଗଙ୍ଗା: ଆଜି ୧୮ଟି ବିମାନରେ ସ୍ୱଦେଶ ଫେରିବେ ୟୁକ୍ରେନରେ ଫସିଥିବା ଭାରତୀୟ

ନୂଆଦିଲ୍ଲୀ,୪ ।୩: ଅପରେଶନ ଗଙ୍ଗା ମିଶନରେ ଶୁକ୍ରବାର ସକାଳୁ ସକାଳୁ ସ୍ପେଶାଲ ଇଣ୍ଡିଗୋ ବିମାନ ରୋମାନିଆର ବୁଖାରେଷ୍ଟରୁ ଦିଲ୍ଲୀ ପହଞ୍ଚିଛି । ସେଠାରେ କେନ୍ଦ୍ର କୃଷି ରାଜ୍ୟମନ୍ତ୍ରୀ କୈଳାସ ଚୌଧୁରୀ ୟୁକ୍ରେନରୁ ଫେରିଥିବା ଭାରତୀୟଙ୍କୁ ସ୍ୱାଗତ କରିଥିଲେ । ସେହିପରି ଶୁକ୍ରବାର ସକାଳୁ ବି ଏକ ସ୍ପେଶାଲ ବିମାନ ଭାରତୀୟଙ୍କୁ ଧରି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲା ।
ୟୁକ୍ରେନ-ରୁଷିଆ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ପୂର୍ଣ୍ଣ ପ୍ରୟାସ ଜାରି ରଖିଥିବା ବେଳେ ଖୁବଶୀଘ୍ର ଏମାନଙ୍କୁ ସ୍ୱଦେଶ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଛି । ଗୁରୁବାର ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କର ଟୁଇଟ କରି ଜଣାଇଛନ୍ତି କି, ଶୁକ୍ରବାର ୧୮ଟି ବିମାନ ଯୋଗେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବ ।

Share