ମେକ୍ସିକୋରେ ପୁଣି ଗୁଳିକାଣ୍ଡ, ମେୟରଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ…

ମେକ୍ସିକୋ ସିଟି,୧୬।୧୦ : ମେକ୍ସିକୋର ଗୁଆନାଜୁଏଟୋସ୍ଥିତ ଇରାପୁଟୋରେ ରବିବାର ପୁଣି ଗୁଳିକାଣ୍ଡ ଘଟିଛି। ଏଠାରେ ଥିବା ଏକ ବାରରେ ଜଣେ ସଶସ୍ତ୍ର ବ୍ୟକ୍ତି ଗୁଳି ଚଳାଇଥିଲେ। ଏହି ଘଟଣାରେ ୬ ଜଣ ପୁରୁଷ ଏବଂ ୬ଜଣ ମହିଳାଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସହରର ମେୟର କନରାଡୋ ମେଣ୍ଡୋଜା ଆଲମାଇଡା ମଧ୍ୟ ଅଛନ୍ତି। ଟୁଇଟର ମାଧ୍ୟମରେ ସ୍ଥାନୀୟ ପ୍ରଶାସନ ଏହି ସୂଚନା ଦେଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିବା ସେ କହିଛନ୍ତି।

ପ୍ରାୟ ଏକ ମାସ ପୂର୍ବରୁ ଦକ୍ଷିଣ ପଶ୍ଚିମ ମେକ୍ସିକୋରେ ଏକ ଗୁଳିକାଣ୍ଡ ଘଟଣା ଘଟିଥିଲା। ଯେଉଁଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଜୀବନ ବିକଳରେ ଲୋକମାନେ ଦୌଡ଼ାଦୌଡ଼ି କରୁଥିବାର ଦେଖାଯାଇଥିଲା। ଏହି ଘଟଣା ବିଷୟରେ ମେକ୍ସିକୋର ଖବରଦାତା ଜ୍ୟାକବ ମୋରେଲେସ ଟୁଇଟ କରି କହିଛନ୍ତି ଯେ ଏହି ଘଟଣାରେ ୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ଶିଶୁ ଅଛନ୍ତି। ମେୟର କନରାଡୋ ମେଣ୍ଡୋଜା ଆଲମାଇଡାଙ୍କ ହତ୍ୟା ଏବଂ ଘଟଣାକୁ ନେଇ ଗୁରେରୋର ରାଜ୍ୟପାଳ ଏଭଲିନ ପିନେଡା ନୁଃଖ ପ୍ରକାଶ କରିଛନ୍ତି।

Share