ଆମେରିକାରେ ପୁଣି ଗୁଳିକାଣ୍ଡ: ୫ ମୃତ

ଓ୍ବାଶିଂଟନ୍‌,୧୪।୧୦: ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ଘଟଣା ଘଟିଛି। ଉତ୍ତର କାରୋଲିନାରେ ଘଟିଥିବା ଏହି ଗୁଳିକାଣ୍ଡରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ପୋଲିସ ସମଗ୍ର ଅଞ୍ଚଳକୁ ଘେରି ରହିଛି। ଏହା ସହିତ ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ପୋଲିସ ମଧ୍ୟ ଧରିଛି। ବର୍ତ୍ତମାନ ଲୋକଙ୍କୁ ଘରୁ ବାହାରକୁ ନ ଆସିବାକୁ ପୋଲିସ ନିର୍ଦ୍ଦେଶ ଦେଇଛି।
ଆମେରିକୀୟ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଆକ୍ରମଣକାରୀ ହଠାତ୍‌ ଜନଗହଳିପୂର୍ଣ୍ଣ ସ୍ଥାନକୁ ଆସି ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ସମୟରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଆହତଙ୍କୁ ମଧ୍ୟ କୁହାଯାଉଛି। ବର୍ତ୍ତମାନ ଆକ୍ରମଣକାରୀଙ୍କୁ ପଚରାଉଚରା କରାଯାଉଛି।
ଆମେରିକାରେ ଗୁଳିକାଣ୍ଡ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ଅନେକ ଶିଶୁଙ୍କ ସମେତ ଶହ ଶହ ଲୋକଙ୍କୁ ହତ୍ୟା କରାଯାଇଛି। ଏହାପୂର୍ବରୁ ଏକ ବିଦ୍ୟାଳୟରେ ଗୁଳି ବିନିମୟରେ ୧୭ ପିଲାଙ୍କର ମୃତ୍ୟୁ ଘଟିଥିଲା। ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଚଳିତ ବର୍ଷ ଆମେରିକାରେ ଗୁଳିକାଣ୍ଡ ଘଟଣାରେ ୯୬ ଜଣଙ୍କର ମୃତ୍ୟୁ ଘଟିଛି।

Share