ରାଜକୋଷକୁ ଆଉ ୪୦ ହଜାର କୋଟିର ବୋଝ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାକୁ ସାଂଘାତିକ କ୍ଷତି ପହଞ୍ଚିଛି। ଖାଉଟିଙ୍କ ଖର୍ଚ୍ଚ ବଢ଼ାଇ ଅର୍ଥ ବ୍ୟବସ୍ଥାରେ ଚାହିଦାକୁ ବଢ଼ାଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ୭୩ ହଜାର କୋଟି ଟଙ୍କାର ନୂଆ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ରାଜକୋଷ ଉପରେ ଆଉ ୪୦ ହଜାର କୋଟି ଟଙ୍କାର ବୋଝ ପଡିବ। ସେହିଭଳି ନୂଆ ପ୍ୟାକେଜ ଦ୍ୱାରା ବିତ୍ତୀୟ ନିଅଣ୍ଟ(ସରକାର ଆୟ ଏବଂ ବ୍ୟୟ ମଧ୍ୟରେ ପାର୍ଥକ୍ୟ) ପ୍ରାୟ ୯.୫% ଛୁଇଁବ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଇକୋରାପ ରିପୋର୍ଟରେ ମଙ୍ଗଳବାର ପ୍ରକାଶ କରିଛି।
ସୀତାରାମନ ଏଲ୍‌ଟିସି ଭାଉଚର ସ୍କିମ୍‌ ଏବଂ ଫେଷ୍ଟିଭ ଆଡଭାନ୍ସ ସ୍କିମ୍‌ ଘୋଷଣା ଦ୍ୱାରା ସରକାରୀ କର୍ମଚାରୀଙ୍କୁ ଖର୍ଚ୍ଚ କରିବା ଲାଗି ଉତ୍ସାହିତ କରିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ଚାହିଦା ବଢ଼ାଇବା ସହ ଜିଡିପି ଅଭିବୃଦ୍ଧି ଉପରେ ବର୍ତ୍ତମାନ ଫୋକସ କରାଯାଉଥିବା ସରକାର କହିଛନ୍ତି। ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟକାନ୍ତି ଘୋଷ କହିଛନ୍ତି ଯେ, ଏଲ୍‌ଟିସି ସ୍କିମ୍‌ରେ କେନ୍ଦ୍ର ସରକାର ଯଦି ଧାର୍ଯ୍ୟ ଭଡ଼ା ଉପରେ ଜିଏସ୍‌ଟି ଦେବେ ନାହିଁ ତେବେ ଏହା ଠିକ୍‌ ଭାବେ କାର୍ଯ୍ୟ କରିବାରେ ବାଧା ଉପୁଜିବ। ସରକାରଙ୍କ ଘୋଷଣା ମୁତାବକ, କେନ୍ଦ୍ର କର୍ମଚାରୀ ଯାତ୍ରା ନ କଲେ ମଧ୍ୟ ଲିଭ୍‌ ଟ୍ରାଭେଲ କନ୍‌ସେସନ (ଏଲ୍‌ଟିସି) ପାଇବେ। କର୍ମଚାରୀ ଲାଭ କରିଥିବା ଭତ୍ତା ଅର୍ଥ ନିଜ ମନ ପସନ୍ଦ ଅନୁସାରେ ଖର୍ଚ୍ଚ କରିପାରିବେ। ୧୨% କିମ୍ବା ଊର୍ଦ୍ଧ୍ୱ ଜିଏସ୍‌ଟି ଲାଗୁଥିବା ପ୍ରଡକ୍ଟ ଡିଜିଟାଲ ଉପାୟରେ କ୍ରୟ କରିବା ନିୟମ ରହିଛି। ପ୍ରାୟ ୩୫ ଲକ୍ଷ କେନ୍ଦ୍ର କର୍ମଚାରୀ ଏହି ସୁବିଧାର ଲାଭ ଉଠାଇପାରିବେ।
ଏସ୍‌ବିଆଇ ଇକୋରାପ ରିପୋର୍ଟରେ କୁହାଯାଇଛି ଯେ, ଏଲ୍‌ଟିସି କେବଳ କର୍ମଚାରୀଙ୍କୁ କଭର କରି ନ ଥାଏ ବରଂ ସ୍ବାଧୀନ ପରିବାର ସଦସ୍ୟଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇପାରିବ। ବର୍ତ୍ତମାନର ଆୟ ବାଦ୍‌ ଯଦି ଏହି ବ୍ୟକ୍ତିବିଶେଷଙ୍କର ଅତିରିକ୍ତ ଆୟ ରହିଛି ତେବେ ଖର୍ଚ୍ଚ ଦ୍ୱାରା ଚାହିଦାକୁ ବଢାଯାଇ ପାରିବ ବୋଲି ଆଶା କରାଯାଇପାରେ। ସେହିଭଳି ନୂଆ ଯୋଜନାରେ ରାଜ୍ୟଗୁଡିକୁ ଆର୍ଥତ୍କ ସହାୟତା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏସବୁ ଯୋଜନା କାର୍ଯ୍ୟକାରୀ କରାଇବା ଲାଗି ସରକାରଙ୍କୁ ୪୦ ହଜାର କୋଟି ଟଙ୍କାର ବୋଝ ପଡ଼ିବ। ଏହା ମୋଟ ଜିଡିପିର ୦.୨୧%। ପୂର୍ବରୁ ଯେଉଁ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରାଯାଇଥିଲା ସେଥିରେ ରାଜକୋଷକୁ ୨ ଲକ୍ଷ କୋଟି ବା ଜିଡିପିର ୧ % ସରକାର ଖର୍ଚ୍ଚ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ଭୁବନେଶ୍ବର,୧୩।୨: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମଲ୍ଟି କମୋଡିଟି…

ବିଶ୍ୱ ବଜାରରେ କମିଲା ତୈଳ ଦର, ଭାରତରେ କମିବ କି ?

ନୂଆଦିଲ୍ଲୀ,୧୩।୨: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତୈଳ ଦର କ୍ରମାଗତ ଦ୍ୱିତୀୟ ସପ୍ତାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri