ରାଜକୋଷକୁ ଆଉ ୪୦ ହଜାର କୋଟିର ବୋଝ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାକୁ ସାଂଘାତିକ କ୍ଷତି ପହଞ୍ଚିଛି। ଖାଉଟିଙ୍କ ଖର୍ଚ୍ଚ ବଢ଼ାଇ ଅର୍ଥ ବ୍ୟବସ୍ଥାରେ ଚାହିଦାକୁ ବଢ଼ାଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ୭୩ ହଜାର କୋଟି ଟଙ୍କାର ନୂଆ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ରାଜକୋଷ ଉପରେ ଆଉ ୪୦ ହଜାର କୋଟି ଟଙ୍କାର ବୋଝ ପଡିବ। ସେହିଭଳି ନୂଆ ପ୍ୟାକେଜ ଦ୍ୱାରା ବିତ୍ତୀୟ ନିଅଣ୍ଟ(ସରକାର ଆୟ ଏବଂ ବ୍ୟୟ ମଧ୍ୟରେ ପାର୍ଥକ୍ୟ) ପ୍ରାୟ ୯.୫% ଛୁଇଁବ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଇକୋରାପ ରିପୋର୍ଟରେ ମଙ୍ଗଳବାର ପ୍ରକାଶ କରିଛି।
ସୀତାରାମନ ଏଲ୍‌ଟିସି ଭାଉଚର ସ୍କିମ୍‌ ଏବଂ ଫେଷ୍ଟିଭ ଆଡଭାନ୍ସ ସ୍କିମ୍‌ ଘୋଷଣା ଦ୍ୱାରା ସରକାରୀ କର୍ମଚାରୀଙ୍କୁ ଖର୍ଚ୍ଚ କରିବା ଲାଗି ଉତ୍ସାହିତ କରିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ଚାହିଦା ବଢ଼ାଇବା ସହ ଜିଡିପି ଅଭିବୃଦ୍ଧି ଉପରେ ବର୍ତ୍ତମାନ ଫୋକସ କରାଯାଉଥିବା ସରକାର କହିଛନ୍ତି। ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟକାନ୍ତି ଘୋଷ କହିଛନ୍ତି ଯେ, ଏଲ୍‌ଟିସି ସ୍କିମ୍‌ରେ କେନ୍ଦ୍ର ସରକାର ଯଦି ଧାର୍ଯ୍ୟ ଭଡ଼ା ଉପରେ ଜିଏସ୍‌ଟି ଦେବେ ନାହିଁ ତେବେ ଏହା ଠିକ୍‌ ଭାବେ କାର୍ଯ୍ୟ କରିବାରେ ବାଧା ଉପୁଜିବ। ସରକାରଙ୍କ ଘୋଷଣା ମୁତାବକ, କେନ୍ଦ୍ର କର୍ମଚାରୀ ଯାତ୍ରା ନ କଲେ ମଧ୍ୟ ଲିଭ୍‌ ଟ୍ରାଭେଲ କନ୍‌ସେସନ (ଏଲ୍‌ଟିସି) ପାଇବେ। କର୍ମଚାରୀ ଲାଭ କରିଥିବା ଭତ୍ତା ଅର୍ଥ ନିଜ ମନ ପସନ୍ଦ ଅନୁସାରେ ଖର୍ଚ୍ଚ କରିପାରିବେ। ୧୨% କିମ୍ବା ଊର୍ଦ୍ଧ୍ୱ ଜିଏସ୍‌ଟି ଲାଗୁଥିବା ପ୍ରଡକ୍ଟ ଡିଜିଟାଲ ଉପାୟରେ କ୍ରୟ କରିବା ନିୟମ ରହିଛି। ପ୍ରାୟ ୩୫ ଲକ୍ଷ କେନ୍ଦ୍ର କର୍ମଚାରୀ ଏହି ସୁବିଧାର ଲାଭ ଉଠାଇପାରିବେ।
ଏସ୍‌ବିଆଇ ଇକୋରାପ ରିପୋର୍ଟରେ କୁହାଯାଇଛି ଯେ, ଏଲ୍‌ଟିସି କେବଳ କର୍ମଚାରୀଙ୍କୁ କଭର କରି ନ ଥାଏ ବରଂ ସ୍ବାଧୀନ ପରିବାର ସଦସ୍ୟଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇପାରିବ। ବର୍ତ୍ତମାନର ଆୟ ବାଦ୍‌ ଯଦି ଏହି ବ୍ୟକ୍ତିବିଶେଷଙ୍କର ଅତିରିକ୍ତ ଆୟ ରହିଛି ତେବେ ଖର୍ଚ୍ଚ ଦ୍ୱାରା ଚାହିଦାକୁ ବଢାଯାଇ ପାରିବ ବୋଲି ଆଶା କରାଯାଇପାରେ। ସେହିଭଳି ନୂଆ ଯୋଜନାରେ ରାଜ୍ୟଗୁଡିକୁ ଆର୍ଥତ୍କ ସହାୟତା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏସବୁ ଯୋଜନା କାର୍ଯ୍ୟକାରୀ କରାଇବା ଲାଗି ସରକାରଙ୍କୁ ୪୦ ହଜାର କୋଟି ଟଙ୍କାର ବୋଝ ପଡ଼ିବ। ଏହା ମୋଟ ଜିଡିପିର ୦.୨୧%। ପୂର୍ବରୁ ଯେଉଁ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରାଯାଇଥିଲା ସେଥିରେ ରାଜକୋଷକୁ ୨ ଲକ୍ଷ କୋଟି ବା ଜିଡିପିର ୧ % ସରକାର ଖର୍ଚ୍ଚ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧି ପାଉଛି ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୧୦ା୫ ଗତ କିଛି ଦିନର ବିରତି ପରେ ପୁଣି ଥରେ ଅଶୋଧିତ ତୈଳ ଦର ଉଚ୍ଚ ପରିମାଣରେ ବୃଦ୍ଧି ପାଉଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ବଜାରରେ ହୁ...

ପ୍ରତ୍ୟକ୍ଷ ଟିକସ କୋଡ୍‌;ସୀତାରାମନ୍‌ଙ୍କୁ ରିପୋର୍ଟ ଦେଲା ଟାସ୍କଫୋର୍ସ

ନୂଆଦିଲ୍ଲୀ,୨୦-୮: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ସଦସ୍ୟ ଅଖିଳେଶ ରଞ୍ଜନଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସ ସୋମବାର ନୂଆ ପ୍ରତ୍ୟକ୍ଷ ଟିକସ କୋଡ୍‌ ଉପରେ ନିଜର...

ତୃତୀୟ ତ୍ରୈମାସ ଜିଡ଼ିପି ୪.୭%କୁ ଖସିଲା

  ନୂଆଦିଲ୍ଲୀ,୨୯-୨: ଚଳିତ ଆର୍ଥତ୍କ ବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୪.୭%କୁ ହ୍ରାସ ଘଟିଛି। ଏହା ୭ ବର୍ଷର ସର୍ବନିମ୍ନ ସ୍ତର ବୋଲି...

୧୪୯୦ କୋଟି ଟଙ୍କା ରିଫଣ୍ଡ କରିବ ରେଲଓ୍ବେ

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ପାଇଁ ଏବେ ରେଳ ସେବା ବନ୍ଦ ରହିଛି। ଏହି ସମୟରେ ବାତିଲ ହୋଇଥିବା ପ୍ରାୟ ୯୪ ଲକ୍ଷ ଟିକେଟର ରିଫଣ୍ଡ ଲାଗି ରେଲଓ୍ବେ...

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ଶିଶୁଦିବସ ପାଳନ

ଭୁବନେଶ୍ୱର,୧୭-୧୧: ହୋଣ୍ଡା ଟୁହ୍ବିଲର୍ସ ଲିମିଟେଡ ପକ୍ଷରୁ ସାରା ଦେଶରେ ୧୪ ଟ୍ରାଫିକ ଟ୍ରେନିଂ ପାର୍କରେ ଶିଶୁ ଦିବସ ପାଳନ କରାଯାଇଛି। ଭାରତୀୟ ସଡକକୁ ସୁରକ୍ଷିତ କରିବା...

୧୩,୨୬୨ କୋଟିର ଏଫ୍‌ପିଆଇ ନିବେଶ

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ନିବେଶ ଜୁନ ମାସରେ ୧୩,୨୬୨ କୋଟି ଟଙ୍କା ରହିଛି। ବିଦେଶୀ ନିବେଶକମାନେ ଭାରତୀୟ ବଜାରରେ ନିବେଶ...

ଅଜ୍ଞ ଡାକ୍ତରଙ୍କ ହାତରେ ଅର୍ଥବ୍ୟବସ୍ଥା:ଚିଦାମ୍ବରମ

ନୂଆଦିଲ୍ଲୀ,୧୧-୨: ଦେଶର ମାନ୍ଦାବସ୍ଥାକୁ ନେଇ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ସରକାରଙ୍କୁ ସୋମବାର ଟାର୍ଗେଟ କରିଛନ୍ତି। ମାନ୍ଦାବସ୍ଥା ଲାଗି ମୋଦି ସରକାର ଦାୟୀ...

ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟ, ସଲ୍ୟୁଶନ ଉପରେ ଡାଇକିନ ଇଣ୍ଡିଆର ଫୋକସ୍‌

ଭୁବନେଶ୍ୱର,୧୧-୬(ବ୍ୟୁରୋ): କେବଳ ଭଲ ପ୍ରଡକ୍ଟ ଲୋକଙ୍କୁ ଯୋଗାଣ ଦିଗରେ କାର୍ଯ୍ୟ କରୁ ନାହଁୁ ଏହାବାଦ ନୂଆ ଟେକ୍ନୋଲୋଜି ସହ ସଲ୍ୟୁଶନକୁ ପ୍ରାଥମିକତା ଦେଉଛୁ। ସେହିଭଳି ପ୍ରଡକ୍ଟଗୁଡିକୁ...

Advertisement
Archives

Model This Week