ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ଆଖି ବୁଜିଲେ ଆଉ ଜଣେ

ବ୍ରହ୍ମପୁର ଅଫିସ,୨୮।୭: ବ୍ରହ୍ମପୁର ଜିଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ଶୁକ୍ରବାର ଆଉ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଯୋଗୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଗ୍ୟାସ ସିଲିଣ୍ଡର ଫାଟି ୨ ଜଣ ଗୁରୁତର ହୋଇଥିଲେ। ଉଭୟଙ୍କୁ ପ୍ରଥମେ ଏମ୍‌କେସିଜି ଓ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତ ୨୩ ତାରିଖରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ଆଉ ଜଣେ ଆଖିବୁଜିଛନ୍ତି।