ପୁଣି ଆଉ ଏକ ଲଘୁଚାପ: ଏସବୁ ଜିଲାରେ ପ୍ରବଳ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୭ା୯(ବନ୍ଦନା ସେଠୀ) – ଫିକା ପଡିପାରେ ପାର୍ବଣ। ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ଅକ୍ଟୋବର ୧ରୁ ବର୍ଷାର ପରିମାଣ ବଢିବା ନେଇ ଅନୁମାନ କରାଯାଉଥିବା ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।

ନିର୍ଦ୍ଦେଶିକାଙ୍କ ସୂଚନାନୁସାରେ, ୧ ତାରିଖରେ ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅପରପକ୍ଷେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଛି। ଏହା ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ତେବେ ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସାରା ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ରବିବାର ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବର୍ଷା ସମୟରେ ୩୦ରୁ ୪୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅକ୍ଟୋବର ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri