ହୋମଗାର୍ଡ ପରୀକ୍ଷାରେ ପୁଣି ଆଉ ଜଣଙ୍କ ଜୀବନ ଗଲା

ପାରଳାଖେମୁଣ୍ଡି,୨୯।୫(ଗିରିଧାରୀ ପରିଛା), ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଗୁରୁବାର ଏକ ଅଘଟଣ ଘଟିଛି। ପୁଣି ଜଣେ ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଦୀପକ ପାଡ଼ାଲ ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ରାୟଗଡ଼ ବ୍ଲକ ନାରାୟଣପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି।

ଶାରୀରିକ ପରୀକ୍ଷା ଦୌଡ଼ିବା ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ MKCGରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ, ଗୁରୁବାର ସକାଳେ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁଲନ୍ତ ମିଶାଲଙ୍କ ମୃତ୍ୟୁ ହୋଇଥିବା ବେଳେ ସାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଦୀପକ ପାଡାଲ ଆଖି ବୁଜିଛନ୍ତି। ଉଭୟ ପରିବାର ଲୋକେ ଭେଣ୍ଡିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେଣୁ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିବା ସହ ଦୁଃଖ ପ୍ରକାଶ କରି କହିଛନ୍ତି ଗଜପତି ଏସ୍‌ପି ଜିତେନ୍ଦ୍ର କୁମାର ପଣ୍ଡା। ତାଙ୍କ ପରିବାରର ଜଣକୁ ହୋମଗାର୍ଡ ପଦବୀରେ ନିଯୁକ୍ତ କରାଯିବ ବୋଲି ସେ କହିଛନ୍ତି।

ଗଜପତି ଜିଲାରେ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା ଜାରି ରହିଛି। ୧୪୪ଟି ପଦବୀ ପାଇଁ ଜାରି ରହିଥିବା ଇଣ୍ଟରଭ୍ୟୁରେ ପ୍ରାୟ ୧୨ଶହ ଆଶାୟୀ ରହିଛନ୍ତି। ଗୁରୁବାର ସକାଳୁ ସେମାନଙ୍କ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥିଲା । ରାଣିପେଣ୍ଠଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୌଡ ପରୀକ୍ଷା ଚାଲିଥିବା ବେଳେ ଅନେକ ପରୀକ୍ଷାର୍ଥୀ ଟଳି ପଡିଥିଲେ । ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁଲନ୍ତ ମିଶାଲଙ୍କୁ ମୃତ ଘୋଷଣା କରିଥିଲେ। ସମାନ ପରିସ୍ଥିତିରେ ଅନ୍ୟ ୭ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୀପକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ସାରେ ତାଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ୨ରେ ଯୋଡ଼ିହେଲା ୨ ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ

ଭୁବନେଶ୍ୱର,୧୦ା୯(ସୁଚିସ୍ମିତା ସାହୁ): ରାଜ୍ୟର ଯୁକ୍ତ୨ ଶିକ୍ଷା ବ୍ୟବସ୍ଥାରେ ଛାତ୍ରୀଛାତ୍ରଙ୍କ ପାଇଁ ଆଉ ଦୁଇଟି ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ ସାମିଲ କରାଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ଉତ୍ତରପ୍ରଦେଶ ରାଜନୀତିରେ ବଡ଼ ହଲଚଲ: ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ…

ନୂଆଦିଲ୍ଲୀ, ୧୦।୯: ବହୁଜନ ସମାଜ ପାର୍ଟି (BSP)ରେ ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ଅଶୋକ ସିଦ୍ଧାର୍ଥ। BSP ସୁପ୍ରିମୋ ମାୟାବତୀଙ୍କ ଭଣଜା…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଅଙ୍ଗନବାଡ଼ି କର୍ମୀଙ୍କ ୧୨ହଜାର ଯାଏ ବଢିଲା ଦରମା, ଆଉ ସହାୟିକାଙ୍କୁ…

ନୂଆଦିଲ୍ଲୀ,୧୦।୯: ଉତ୍ତର ପ୍ରଦେଶର ୨.୯୧ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଉପହାର ଦେଇଛନ୍ତି। ଅଙ୍ଗନୱାଡ଼ି କର୍ମୀମାନଙ୍କର ମାସିକ ପାରିଶ୍ରମିକ…

ଗ୍ରାହକଙ୍କୁ ଆପଲର ବଡ଼ ଝଟକା! ୧୭ ହଜାର ମହଙ୍ଗା ହେଲା iPhone 17, 17e ସହ…

ନୂଆଦିଲ୍ଲୀ, ନିକଟରେ ଆପଲ (Apple) ନିଜର ନୂଆ ଆଇଫୋନ ୧୮ ପ୍ରୋ ସିରିଜ (iPhone 18 Pro Series) ଏବଂ ପ୍ରଥମ ଫୋଲ୍ଡେବଲ ଫୋନ ଆଇଫୋନ ଡୁଓ…

ଲଞ୍ଚ ହେଲା iPhone 18 Pro- Pro Max: ଦାମ୍‌, ଫିଚର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: Apple ନିଜର ସେପ୍ଟେମ୍ବର ଲଞ୍ଚ ଇଭେଣ୍ଟରେ iPhone 18 Pro ଓ iPhone 18 Pro Maxକୁ ବଜାରକୁ ଆଣିଛି। ନୂଆ Pro ମଡେଲର କ୍ୟାମେରା,…

ସିଜେପି ବିକ୍ଷୋଭକାରୀଙ୍କୁ ନୋଟିସ ପଠାଇବାକୁ କିପରି ସାହସ କଲ

ନୂଆଦିଲ୍ଲୀ,୧୦ା୯: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ପରିଚାଳିତ ବିକ୍ଷୋଭରେ ଭାଗ ନେଇଥିବା ଜଣେ ଛାତ୍ରଙ୍କୁ ନୋଟିସ ଜାରି କରିଥିବାରୁ ଗ୍ରେଟର ନଏଡ଼ାର କାର୍ଯ୍ୟନିର୍ୱାହୀ ମାଜିଷ୍ଟ୍ରେଟ୍‌ଙ୍କୁ ସୁପ୍ରିମକୋର୍ଟ…

ସକାଳୁ ସକାଳୁ ତେଲ ବଜାରରେ ହଲଚଲ, ପେଟ୍ରୋଲକୁ ନେଇ ଆସିଲା ବଡ଼ ଅପଡେଟ୍‌!

ନୂଆଦିଲ୍ଲୀ,୧୦।୯: ଅନ୍ତର୍ଜାତୀୟ ବଜାରରେ କଚ୍ଚା ତେଲ (ଅଶୋଧିତ ତେଲ)ର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ପାର୍‌ କରିଛି। ଏହାଯୋଗୁଁ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକର…

ଜେଲେନସ୍କିଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ! ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି, ସୁରକ୍ଷାରେ ବଡ଼ ତ୍ରୁଟି

ଓସ୍ଲୋ: ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଖବର ସାମ୍ନାକୁ ଆସିଛି। ମୋଲଦୋଭାରୁ ନରୱେ ଯାଉଥିବା ସମୟରେ ତାଙ୍କ ବିମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri