ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ: ଜଣେ ଯବାନ ଗୁରୁତର

ବଣାଇଁ,୩।୭(ପ୍ରଦୀପ ତ୍ରିପାଠୀ): ସମ୍ପ୍ରତ୍ତି କଡ଼ ଲେଉଟାଇଲାଣି ମାଓ ସଂଗଠନ। ଓଡିଶା – ଝାରଖଣ୍ଡ ସୀମା ସଂଲଗ୍ନ ଅଞ୍ଚଳରେ ଏବେ ପୁରା ସକ୍ରିୟ l ଏଥିନେଇ ଝାରଖଣ୍ଡରେ ମୁତୟନ ଅର୍ଦ୍ଧସାମରିକ ବାହିନୀ ଲଗାତାର ସର୍ଚ୍ଚ ବା କମ୍ବିଂ ଅପରେଶନ ଜାରି ରଖିଥିବାବେଳେ ଆଖିଦୃଶିଆ ସଫଳତା ମିଳିପାରିନାହିଁ l ଓଲଟା ମାଓବାଦୀଙ୍କ ପାଲଟା ଜବାବ ଉଭୟ ରାଜ୍ୟ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି l ଆଜି ସକାଳୁ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେଶନବେଳେ ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଛି । ଯେଉଁଥିରେ ଝାଡ଼ଖଣ୍ଡ ଜାଗୁଆର୍‌ ଟିମର ଯବାନ ମନୋଜ ଦମାଇ ଗୁରୁତର ଆହତ ହୋଇଛନ୍ତି । ଛୋଟନାଗରା ଥାନା ଅନ୍ତର୍ଗତ ବାବୁଡରା ନିକଟ ସରଣ୍ଡା ଜଙ୍ଗଲ ରେ ଘଟିଛି ଏଇ ବିସ୍ପୋରଣ। ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ରାଞ୍ଚି ଏୟାର ଲିଫ୍ଟ କରାଯାଇଛି।

ଗତକାଲି ସରଣ୍ଡା ଜଙ୍ଗଲରୁ ୧୮ ହଜାର ଡେଟୋନେଟର୍‌ ଝାଡ଼ଖଣ୍ଡ ଜାଗୁଆର୍‌ ଓ ସିଆରପିଏଫ ୬୦ ବାଟାଲିୟନ ମିଳିତ ଭାବେ ସର୍ଚ୍ଚ ଅପରେଶନ କରି ଜବତ କରିଥିବା ଘଟଣାର ମାଓବାଦୀଙ୍କ ପକ୍ଷରୁ କାଉଣ୍ଟର ଆଟାକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l
କେବଳ ଝାରଖଣ୍ଡ ନୁହେଁ, ଦୀର୍ଘଦିନ ହେବ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରୁ ଅପସାରିତ ଅର୍ଦ୍ଧସାମରିକ ବାହିନୀଙ୍କୁ ପୁନଃ ଓଡିଶା-ଝାରଖଣ୍ଡ ସୀମାରେ ମୁତୟନ ନ କଲେ ଆଗକୁ ପରିସ୍ଥିତି ଅଣାୟତ୍ତ ହେବା ନିଶ୍ଚିତ ଜଣାପଡୁଛି I


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri