ଆଉଜଣେ ଭାରତୀୟ କ୍ରିକେଟର ସୋସିଆଲ ମିଡିଆରୁ ହଟାଇଲେ ସ୍ତ୍ରୀଙ୍କ ଫଟୋ, ପରସ୍ପରକୁ କଲେ ଅନଫଲୋ, ନାଁ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୯।୧: ନିକଟ ଅତୀତରେ ଭାରତୀୟ ଦଳର ଅନେକ କ୍ରିକେଟରଙ୍କ ଛାଡପତ୍ର ହୋଇଛି। ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ପରେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ମଧ୍ୟ ବିଚ୍ଛେଦ ହୋଇଛି। ଏବେ ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡପତ୍ରର ଖବର ମଧ୍ୟ ଆସୁଛି। ଦୁହେଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି। ଚହଲ ଧନଶ୍ରୀଙ୍କ ସହ ଫଟୋ ମଧ୍ୟ ହଟାଇ ଦେଇଛନ୍ତି। ଏହି ସମୟରେ, ଆଉ ଜଣେ ଭାରତୀୟ କ୍ରିକେଟର ମନୀଷ ପାଣ୍ଡେ ଏବଂ ତାଙ୍କ ପତ୍ନୀ ଆଶ୍ରିତା ସେଟ୍ଟୀଙ୍କ ମଧ୍ୟରେ ତିକ୍ତତା ଥିବା ଖବର ଆସିଛି।

ଭାରତୀୟ ଦଳରୁ ବାହାରେ ଥିବା ଅଭିଜ୍ଞ ବ୍ୟାଟସମ୍ୟାନ ମନୀଷ ପାଣ୍ଡେଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ତାଙ୍କ ସ୍ତ୍ରୀ ଆଶ୍ରିତା ଶେଟ୍ଟୀଙ୍କ ଫଟୋ ଗାଏବ ହୋଇଯାଇଛି। ମନୀଷ ସୋସିଆଲ ମିଡିଆରେ ବହୁତ କମ ସକ୍ରିୟ। କିନ୍ତୁ ସେ ତାଙ୍କ ସ୍ତ୍ରୀଙ୍କ ସହ ଅନେକ ଫଟୋ ସେୟାର କରିଥିଲେ। ଏବେ ସବୁକିଛି ହଟାଇ ଦେଇଛନ୍ତି। ଆଶ୍ରିତା ଶେଟ୍ଟୀ ତାଙ୍କ ପ୍ରୋଫାଇଲରୁ ମନୀଷ ପାଣ୍ଡେଙ୍କ ଫଟୋ ମଧ୍ୟ ହଟାଇ ଦେଇଛନ୍ତି। ଦୁହେଁ ଆଉ ସୋସିଆଲ ମିଡିଆରେ ପରସ୍ପରକୁ ଫଲୋ କରୁ ନାହାନ୍ତି।

୨୦୧୫ରେ ଭାରତ ପାଇଁ ଡେବ୍ୟୁ କରିଥିବା ମନୀଷ ପାଣ୍ଡେ ୨୦୧୯ରେ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଥିଲେ। ଆଶ୍ରିତାଙ୍କ ପରିବାର କର୍ନାଟକର ଏବଂ ସେ ଜଣେ ତାମିଲ ଚଳଚ୍ଚିତ୍ର ଅଭିନେତ୍ରୀ। ବିବାହ ପରେ, ତାଙ୍କୁ ଭାରତୀୟ ଦଳର ମ୍ୟାଚ ଏବଂ IPL ସମୟରେ ମଧ୍ୟ ଦେଖିବାକୁ ମିଳୁଥିଲା। କିନ୍ତୁ ତାଙ୍କୁ IPL 2024 ସମୟରେ ଦେଖାଯାଇ ନଥିଲା। ମନୀଷ ପାଣ୍ଡେ କୋଲକାତା ନାଇଟ ରାଇଡର୍ସର ଅଂଶ ଥିଲେ ଏବଂ ଦଳ ମଧ୍ୟ ଚାମ୍ପିଅନ ହୋଇଥିଲା। ଚାମ୍ପିଅନ ହେବା ପରେ ମଧ୍ୟ, ଆଶ୍ରିତା କିଛି ପୋଷ୍ଟ କରିନଥିଲେ।

ମନୀଷ ପାଣ୍ଡେ ଆଇପିଏଲରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ। ସେ ୨୦୦୯ ମସିହାରେ RCB ପାଇଁ ଖେଳିବା ସମୟରେ ଏକ ଶତକ ହାସଲ କରିଥିଲେ। ୨୦୨୧ ପରେ ତାଙ୍କୁ ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ମଧ୍ୟ ମିଳିନାହିଁ। ସେ ଭାରତ ପାଇଁ ୨୯ଟି ଦିନିକିଆରେ ୫୬୬ ରନ ଏବଂ ୩୯ଟି ଟି-୨୦ରେ ୭୦୯ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri