ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର ପାଙ୍ଗସା ଅଞ୍ଚଳରେ ଦାଦାବଟି ଆଦାୟ ଅଭିଯୋଗରେ ଜନତା ଅମୃତ ମଣ୍ଡଳଙ୍କୁ ହତ୍ୟା କରିଛନ୍ତି।
ପୋଲିସ ଅନୁଯାୟୀ, ଗାଁ ଲୋକମାନେ ଭିଡ଼ ଉପରେ ଆକ୍ରମଣ କରିଥିଲେ, ଯାହା ଫଳରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସମ୍ରାଟଙ୍କ ସହଯୋଗୀ ମହମ୍ମଦ ସଲିମଙ୍କୁ ଅଟକ ରଖିଛି ଏବଂ ଏକ ପିସ୍ତଲ ସମେତ ଅସ୍ତ୍ରଶସ୍ତ୍ର ଜବତ କରିଛି।
ଅମୃତ ମଣ୍ଡଳ ସମ୍ରାଟ ବାହିନୀ ନାମକ ଏକ ସଂଗଠନ ଗଠନ କରି ଆଖପାଖ ଅଞ୍ଚଳରେ ଦାଦାବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି। ସେ ଆୱାମୀ ଲିଗ ସରକାର ସମୟରେ ଭାରତ ପଳାଇ ଯାଇଥିଲେ ଏବଂ ସମ୍ପ୍ରତି ବାଂଲାଦେଶ ଫେରି ଆସିଥିଲେ।
Dharitri – Odisha’s No.1 Odia Daily


