ମିଳିଲା ଆଉ ଏକ ହାତୀ କଙ୍କାଳ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡରେ ସଙ୍କଟରେ ଗଜରାଜ। ୧୫ ଦିନରେ ବଡ଼ମ୍ବା ବନାଞ୍ଚଳରୁ ତିନୋଟି ଦନ୍ତାହାତୀର କଙ୍କାଳ ମିଳିଛି। ଗତ ୨ ଓ ୩ ତାରିଖରେ ଭିନ୍ନ ଭିନ୍ନ ସ୍ଥାନରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଦୁଇଟି ହାତୀ କଙ୍କାଳ ଜବତ କରିଥିବା ବେଳେ ଏବେ ଆଉ ଏକ ହାତୀ କଙ୍କାଳ ମଙ୍ଗଳବାର ଉଦ୍ଧାର ହୋଇଥିବା ଜଣାପଡ଼ିଛି। ୨ଟି ଦନ୍ତାହାତୀ କଙ୍କାଳ ମିଳିବା ଘଟଣା ଖୋଳତାଡ଼ ଚାଲିଥିବାବେଳେ ତୃତୀୟ ଦନ୍ତାହାତୀର କଙ୍କାଳ ମିଳିଥିବା ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୨ ଓ ୩ ତାରିଖରେ ବଡ଼ମ୍ବା ବନାଞ୍ଚଳରୁ ୨ ଦନ୍ତାହାତୀଙ୍କ କଙ୍କାଳ ଉଦ୍ଧାର ହେବା ପରେ ଏହି ଘଟଣାର ତଦନ୍ତ ଜୋରସୋରରେ ଚାଲିଥିଲା। ଏଥିରେ ବଡ଼ମ୍ବା ରେଞ୍ଜର, ଫରେଷ୍ଟର, ଗାର୍ଡ ଆଦି ୫ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ବେଳେ ୬ଜଣଙ୍କୁ ଗିରଫ କରାଯାଇଥିଲା। ଆଉ ଜଣେ ଫରେଷ୍ଟରଙ୍କୁ ଜେରା କରିବା ପାଇଁ ଡକାଯାଇଥିବା ବେଳେ ସେ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ପାଚୋରି ଡେଇଁ ଫେରାର୍‌ ହୋଇଛନ୍ତି। ଏ ପର୍ଯ୍ୟନ୍ତ ତାଙ୍କର ଖବର ମିଳିନାହିଁ। ତେବେ ଏହି ହାତୀ କଙ୍କାଳ ଉଦ୍ଧାର ଘଟଣାକୁ ଏବେ ବନ ବିଭାଗ ଗୁରୁତର ସହ ନେଇ ନିଜେ ତଦନ୍ତ କରିବା ଆରମ୍ଭ କରିଥିବାବେଳେ ବଡ଼ମ୍ବା ବନାଞ୍ଚଳରେ ଆଉ ଏକ ଦନ୍ତାର ମୃତଦେହ ପୋତା ଯାଇଥିବା ଖବର ମିଳିଥିଲା। ଖାରୋଡ଼ ଗ୍ରାମ ନିକଟରେ ଚନ୍ଦ୍ରଗିରି ପାହାଡ଼ ଅଞ୍ଚଳରୁ ମଙ୍ଗଳବାର ରାତିରେ ଆଉ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର କରାଯାଇଛି। ଖବର ପାଇ ଆଠଗଡ଼ ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ କଙ୍କାଳ ଉଦ୍ଧାର କରିଥିବା ବେଳେ ଏବେ ଆଠଗଡ଼ ବନ ବିଭାଗ ଏହାକୁ ଉଦ୍ଧାର କରିଛି। ଅପରପକ୍ଷରେ ସେହି ବନାଞ୍ଚଳରେ ଥିବା ଏକ ଡ୍ୟାମ ନିକଟରେ ଆଉ ଏକ ହାତୀ କଙ୍କାଳ ପୋତା ହୋଇଥିବା ଶୁଣିବାକୁ ମିଳୁଥିଲେ ହେଁ ଏ ନେଇ ବନ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ପୂର୍ବରୁ ହାତୀ ମୃତ୍ୟୁ ଘଟଣାକୁ ଲୁଚାଇବାକୁ ଆଠଗଡ଼ ବନଖଣ୍ଡ ଭରପୂର ପ୍ରୟାସ କରିଥିବାବେଳେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଘଟଣା ଲୋକଲୋଚନକୁ ଆସିବାରେ ଲାଗିଛି।
ହାତୀ କଙ୍କାଳ ବ୍ୟବଚ୍ଛେଦ କରିବା ପାଇଁ ବଡ଼ମ୍ବା ପ୍ରାଣୀଧନ ଚିକିତ୍ସକ ଛୁଟିରେ ଥିବାରୁ ମାଣିଆବନ୍ଧ ପ୍ରାଣୀ ଚିକିତ୍ସକ ଡ. ପ୍ରକାଶ ପଣ୍ଡିତ ଘଟଣାସ୍ଥଳକୁ ଯାଇ ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ପରେ ହାତୀର ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପ୍ରାୟ ୬ ମାସ ପୂର୍ବେ ହାତୀଟିକୁ ମାରି ପୋତା ଯାଇଥିବା ବେଳେ ତା’ର ଦାନ୍ତ ନ ଥିବା ସୂଚନା ମିଳିଛି। ଅର୍ଥାତ୍‌ ଶିକାରୀ ହାତୀ ଦାନ୍ତ ନେବା ପରେ ବନ ବିଭାଗ ଏହାକୁ ପୋତି ଦେଇ ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରିଥିଲା ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଅଭିଯୋଗ କରୁଛନ୍ତି। ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫ୍‌ଓ ଯାଦବ କହିଛନ୍ତି।

 

ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମାଞ୍ଚଳରୁ ଉଦ୍ଧାର ହୋଇଥିବା ଗୁଳିବିଦ୍ଧ ଦନ୍ତା ହାତୀର ମଙ୍ଗଳବାର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ରାଜ୍ୟରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଗୁରୁତର ସହ ନେବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରୁଛନ୍ତି। ସେପେଟ ଏହି ଘଟଣା ସମ୍ପର୍କରେ ଜାଣିବା ପରେ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରିଥିଲେ। ତାଙ୍କ ଟୁଇଟ୍‌ରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉତ୍ତର ଦେଇ ଲେଖିଛନ୍ତି, ହାତୀ ଆମର ଐତିହ୍ୟ ପ୍ରାଣୀ ଏବଂ ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ଏହାକୁ ସର୍ବାଧିକ ସୁରକ୍ଷା ଦିଆଯାଇଛି। ଆଠଗଡ଼ ଗୁଳିବିଦ୍ଧ ହାତୀ ଘଟଣା ସମ୍ପର୍କରେ ମନ୍ତ୍ରଣାଳୟ ଅବଗତ ହୋଇଛି। ବନ୍ୟପ୍ରାଣୀ ଐତିହ୍ୟକୁ ସୁରକ୍ଷା ଦେବା ପାଇଁ ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି।
ମିଳିଥିବା ସୂଚନାନୁସାରେ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି। ମନ୍ତ୍ରଣାଳୟ ଅଧୀନ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ ଡିଭିଜନର ବୈଜ୍ଞାନିକ ଡ. କେ. ଏମ୍‌. ସେଲ୍‌ଭନ ଓଡ଼ିଶାର ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି। ଚିଠିରେ ଉଲ୍ଲେଖ ରହିଛି, ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମାଞ୍ଚଳରେ ଏକ ଗୁଳିବିଦ୍ଧ ଦନ୍ତା ହାତୀକୁ ନେଇ ବିଭିନ୍ନ ଗଣମାଧ୍ୟମ ପ୍ରକାଶ କରିଛନ୍ତି। ହାତୀର ୫ ରୁ ୬ଟି ସ୍ଥାନରେ ଗୁଳି ବାଜିଥିବା ସୂଚନା ମିଳିଛି। ତେଣୁ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରି ଶିକାରୀଙ୍କ ବରୋଧରେ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନର୍ଦ୍ଦେଶ ଦିଆଯାଇଛି। ଏଥି ସହିତ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା ସେ ନେଇ ତୁରନ୍ତ ମନ୍ତ୍ରଣାଳୟକୁ ଇମେଲ୍‌ ମାଧ୍ୟମରେ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି। ସୂଚନାଯୋଗ୍ୟ, ଗୁଳିବିଦ୍ଧ ହାତୀ ସମ୍ପର୍କରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିବା ପରେ ବନ ବିଭାଗ ତତ୍ପରତା ଦେଖାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri