ରେଢ଼ାଖୋଲରେ ଆଉ ଏକ ଦନ୍ତାହାତୀ ମୃତ

ରେଢ଼ାଖୋଲ,୨୮ା୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ବଡ଼ବାହାଳ ରେଞ୍ଜ ଅଧୀନ କର୍ଡାପାଳ ଗ୍ରାମ ନିକଟ ଲାଙ୍ଗରତୈଳା ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଶନିବାର ସକାଳେ କର୍ଡାପାଳ ଗ୍ରାମର ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ମରିପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଏସିଏଫ୍‌ ଦେବୀପ୍ରସାଦ ରାଉତ, ବଡ଼ବାହାଳ ରେଞ୍ଜ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିବା ଜଣାପଡ଼ିଛି। ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ଦନ୍ତାଟିର ବୟସାଧିକ ଯୋଗୁ ଦେହ ଅସୁସ୍ଥ ହୋଇ ମୃତ୍ୟୁ ଘଟିଥାଇପାରେ ବୋଲି ଡିଏଫ୍‌ଓ ରମାକାନ୍ତ ନାୟକ କହିଛନ୍ତି। ତେବେ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।