ଗ୍ଲାମର ଇଣ୍ଡଷ୍ଟ୍ରିରେ ସମ୍ପର୍କ ଗଢ଼ିବା ଏବଂ ଭାଙ୍ଗିବା ଏକ ସାଧାରଣ ଘଟଣା। ଏବେ ଆଉ ଏକ ଦମ୍ପତିଙ୍କ ବିଚ୍ଛେଦକୁ ନେଇ ଗୁଜବ ଘୁରି ବୁଲୁଛି। ଅଭିନେତ୍ରୀ ମୌନି ରୟ ଏବଂ ସୂରଜ ନାମ୍ବିଆର ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଛନ୍ତି। ସୂରଜ ମୌନିଙ୍କ ସହିତ ତାଙ୍କ ବିବାହ ଫଟୋ ମଧ୍ୟ ଡିଲିଟ କରିଦେଇଛନ୍ତି। ଯଦିଓ ଉଭୟ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି। ଫଳରେ ସେମାନଙ୍କ ଛାଡପତ୍ରର ଗୁଜବ ଉଠିଛି।
ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବା ମୌନି ପ୍ରାୟତଃ ତାଙ୍କ ସ୍ବାମୀ ସୂରଜଙ୍କ ସହ ଛୁଟିଦିନର ଫଟୋ ଶେୟାର କରୁଥିବାର ଦେଖାଯାଏ। କିନ୍ତୁ କିଛିଦିନ ହେବ ଉଭୟ ଫଟୋ କିମ୍ବା ଭିଡିଓ ଶେୟାର କରୁନାହାଁନ୍ତି। ଏହାସହ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ ମଧ୍ୟ କରିଛନ୍ତି।
ମୌନି ଏବଂ ସୂରଜ ନାମ୍ବିଆର ଜାନୁଆରୀ ୨୭, ୨୦୨୨ରେ ଗୋଆରେ ବିବାହ କରିଥିଲେ। ବିବାହ ଉତ୍ସବ ମାଲୟାଲୀ ଏବଂ ବଙ୍ଗାଳୀ ଉଭୟ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା।