କଂଗ୍ରେସକୁ ବଡ଼ ଝଟ୍‌କା: ପ୍ରିୟଙ୍କାଙ୍କ ଆଉ ଜଣେ ପୋଷ୍ଟର ଗର୍ଲ ଭାଜପାରେ ସାମିଲ

ଲକ୍ଷ୍ନୌ,୧୨।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରିୟଙ୍କାଙ୍କ ଆଉ ଜଣେ ପୋଷ୍ଟର ଗର୍ଲ ଭାଜପାରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସର ଆଉ ଜଣେ ପୋଷ୍ଟର ଗର୍ଲ ପଲ୍ଲବୀ ସିଂହ ଶନିବାର ଭାଜପାରେ ଯୋଗଦେଇଛନ୍ତି। ପଲ୍ଲବୀ ସିଂହ ହେଉଛନ୍ତି କଂଗ୍ରେସର ତୃତୀୟ ପୋଷ୍ଟର ଗର୍ଲ। ଏହାପୂର୍ବରୁ ପ୍ରିୟଙ୍କା ମୋର୍ଯ୍ୟ ଓ ବନ୍ଦନା ସିଂହ ଭାଜପାରେ ସାମିଲ ହୋଇସାରିଛନ୍ତି। ୨ଜଣ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ।

Share