ଗୁଜରାଟରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଗାନ୍ଧିନଗର,୪ ।୧୨: ଦେଶରେ ଆଉ ଜଣେ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେ ୨ ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବେଳେ ବିମାନ ବନ୍ଦରରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଜେନୋମ ସିକ୍ୟୁଏନସିଂ ପାଇଁ ଏହା ପଠାଯାଇଥିଲା । ଏବେ ସ୍ପଷ୍ଟ ହୋଇଛି କି ସେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଦ୍ୱାରା ଆକ୍ରାନ୍ତ । ଏହାକୁ ନେଇ ଦେଶରେ ୩ ଓମିକ୍ରନ ସଂକ୍ରମିତ ଚିହ୍ନଟ କରାଗଲେଣି । ଏହାପୂର୍ବରୁ କର୍ନାଟକରେ ୨ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କ ବୟସ ୭୨ ବର୍ଷ ହୋଇଥିବା ବେଳେ ସେ ଜିମ୍ବାୱେରୁ ଜାମନଗର ଫେରିଥିଲେ । ଏବେ ତାଙ୍କୁ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଛି ।
ଏହାକୁ ନେଇ ଦେଶରେ ୩ ଓମିକ୍ରନ ସଂକ୍ରମିତ ଚିହ୍ନଟ କରାଗଲେଣି । ଏହାପୂର୍ବରୁ କର୍ନାଟକରେ ୨ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।
ମିଳିଥିବା ସୂଚନାରୁ ଜଣାପଡିଛି କି ଆଗକୁ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିପାରେ । ମହାରାଷ୍ଟ୍ରର ୩୦ ଜଣଙ୍କ ସାମ୍ପଲ ଜିନୋମ ସିକ୍ୟୁଏନସିଂ ପାଇଁ ପଠାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ରାଜ୍ୟକୁ ୨,୮୨୧ ଜଣ ଯାତ୍ରୀ ହାଇରିସ୍କ ଦେଶରୁ ମୁମ୍ବାଇ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ହେଲେ ରାଜ୍ୟରେ ଏପର୍ଯ୍ୟନ୍ତ କେହି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।

Share