Categories: ଜାତୀୟ

ମଣିପୁରରେ ଆଉ ଏକ ବିସ୍ଫୋରଣ

ଇମ୍ଫାଲ,୭ା୫: ମଣିପୁରର ଇମ୍ଫାଲ ଇଷ୍ଟ ଜିଲାରେ ଶୁକ୍ରବାର ସକାଳେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ରିମୋଟ କଣ୍ଟ୍ରୋଲ ଦ୍ୱାରା ହୋଇଥିବା ଏହି ବିସ୍ଫୋରଣରେ ୪ଟି କାର୍‌ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦିନକ ପୂର୍ବରୁ ଇମ୍ଫାଲ ସହରର ନାଗମପାଲସ୍ଥିତ ଏକ ସ୍ପେୟାରପାଟର୍‌ସ ଦୋକାନ ଆଗରେ ଆଇଡି ବିସ୍ଫୋରଣ ହୋଇଥିଲା। ଦୁଇଟିଯାକ ବିସ୍ଫୋରଣ ଭୋର ସମୟରେ ହୋଇଥିବାରୁ କେହି ମୃତାହତ ହୋଇନାହାନ୍ତି।

Share