କଙ୍ଗନାଙ୍କ ହାତରେ ଆଉ ଏକ ବାୟୋପିକ

ମୁମ୍ବାଇ: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ବିୟୁଟି କଙ୍ଗନା ରାନାୱତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ନିକଟରେ କଙ୍ଗନାଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ହିମାଚଳ ପ୍ରଦେଶ ପାଇଁ ଷ୍ଟାର ପ୍ରଚାରକ କରିଥିବା ବେଳେ ଏହାକୁ ନେଇ ବି ଚର୍ଚ୍ଚା ହୋଇଥିଲା । ଏହାସହ ଫିଲ୍ମ ଏମରଜେନ୍ସିକୁ ନେଇ ବି ପ୍ରାୟ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହୁଛନ୍ତି ଏହି ଅଭିନେତ୍ରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ ‘ଏମରଜେନ୍ସି’ରେ ସେ ନିଜେ ଇନ୍ଦିରାଙ୍କ ଭୂମିକାରେ ନଜର ଆସି ଆସିଛନ୍ତି ଚର୍ଚ୍ଚାକୁ ।
ଏବେ ଶୁଣିବାକୁ ମିଳିଛି ଯେ କଙ୍ଗନାଙ୍କ ହାତରେ ଲାଗିଛି ଆଉ ଏକ ବାୟୋପିକ । କଙ୍ଗନା ତାଙ୍କ ନୂଆ ପ୍ରୋଜେକ୍ଟରେ ବିନୋଦିନି ଦାସୀଙ୍କ ବାୟୋପିକରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି । ଏଥିରେ ସେ ବିନୋଦିନିଙ୍କ ଭୂମିକାରେ ନଜର ଆସିବେ । ସୂଚନାଯୋଗ୍ୟ, ବିନୋଦିନି ହେଉଛନ୍ତି ପଶ୍ଚିମବଙ୍ଗର ଜଣାଶୁଣା ଥିଏଟର ଆର୍ଟିଷ୍ଟ । ତାଙ୍କ ନାମ କ୍ରାନ୍ତିକାରୀ ଅଭିନେତ୍ରୀଙ୍କ ତାଲିକାରେ ଗଣାଯାଇଥାଏ । ଗଣମାଧ୍ୟମର ସୂଚନା ଅନୁଯାୟୀ, ମାତ୍ର ୧୨ ବର୍ଷ ବୟସରେ ତାଙ୍କ ପ୍ରଥମ ଥିଏଟରରେ ସେ ପ୍ଲେ କରିଥିଲେ । ତାଙ୍କର ଜୀବନ ଥିଲା ବେଶ ସଂଘର୍ଷପୂର୍ଣ୍ଣ । ଏବେ କଙ୍ଗନା ଏହି ବିନୋଦିନି ଦାସୀଙ୍କ ବାୟୋପିକରେ କାମ କରିବାକୁ ଯାଉଥିବା କୁହାଯାଉଛି । ଏହି ଖବର ଆସିବା ପରେ କଙ୍ଗନାଙ୍କ ପ୍ରଶଂସକ ଖୁସି ହୋଇ ଯାଇଛନ୍ତି ।

Share