ଆମେରିକାର ଆଉ ଏକ ବ୍ୟାଙ୍କ ଡୁବିଲା

ନ୍ୟୁୟର୍କ, ୧୪ା୩: ସିଲିକନ୍‌ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ବନ୍ଦ ହେବାର ଦୁଇଦିନ ପରେ ନ୍ୟୁୟର୍କର ସିଗ୍‌ନେଚର ବ୍ୟାଙ୍କ ଡୁବିଛି। ଉଭୟ ବ୍ୟାଙ୍କର ଜମାକାରୀମାନେ ସେମାନଙ୍କ ଜମା ଅର୍ଥ ଯେପରି ଫେରିପାଇବେ, ସେ ଦିଗରେ ଆମେରକା କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି। ସୋମବାରଠାରୁ ଏସ୍‌ଭିବି ଜମାକାରୀଙ୍କୁ ଅର୍ଥ ଫେରାଇବା ଆରମ୍ଭ ହୋଇଥିବା ଆମେରିକା ଟ୍ରେଜେରୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଆମେରିକାର ଫେଡେରାଲ ରିଜର୍ଭ କ୍ରମାଗତ ସୁଧହାର ବଢ଼ାଇବାରୁ ଏହାର ପ୍ରତ୍ୟକ୍ଷ ପ୍ରଭାବ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ପଡ଼ିଛି। ବୃହତ୍‌ ଟେକ୍ନୋଲୋଜି କମ୍ପାନୀ ଓ ଷ୍ଟାଟ୍‌ଅପ୍‌ଗୁଡ଼ିକୁ ଋଣ ପ୍ରଦାନ କରିଆସୁଥିବା ଏସ୍‌ଭିବି ଡୁବିଯାଇଛି। ଏସ୍‌ଭିବିକୁ ଶୁକ୍ରବାର କାଲିଫର୍ନିଆ ବ୍ୟାଙ୍କିଙ୍ଗ୍‌ ରେଗୁଲେଟର୍ସ ବନ୍ଦ ଘୋଷଣା କରିଥିଲେ। ୨୦୦୮ର ବୈଶ୍ୱିକ ଆର୍ଥିକ ସଙ୍କଟ ପରେ ଏହାକୁ ରିଟେଲ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସବୁଠୁ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି। ସେହିପରି କ୍ରିପ୍ଟୋକରେନ୍ସି କାରବାରର ପ୍ରଘଟ ହେବା ପରେ ନ୍ୟୁୟର୍କର ଆଞ୍ଚଳିକ ଋଣପ୍ରଦାନକାରୀ ସିଗ୍‌ନେଚର ବ୍ୟାଙ୍କର ଷ୍ଟକ୍‌ ମୂଲ୍ୟ ହ୍ରାସ ପାଇଥିଲା। ଏହି ବ୍ୟାଙ୍କକୁ ରବିବାର ବନ୍ଦ କରିଦିଆଯାଇଛି। ତେବେ ଜମାକାରୀମାନେ ସମ୍ପୂର୍ଣ୍ଣ ଜମା ଅର୍ଥ ଫେରିପାଇବେ ବୋଲି ଆମେରିକା ଫେଡେରାଲ ରିଜର୍ଭ, ଫେଡେରାଲ ଡିପୋଜିଟ୍‌ ଇନ୍‌ସୁରାନ୍ସ କର୍ପୋରେଶନ ଏବଂ ଟ୍ରେଜେରି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri