ଆମେରିକାର ଆଉ ଏକ ବ୍ୟାଙ୍କ ଡୁବିଲା

ନ୍ୟୁୟର୍କ, ୧୪ା୩: ସିଲିକନ୍‌ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ବନ୍ଦ ହେବାର ଦୁଇଦିନ ପରେ ନ୍ୟୁୟର୍କର ସିଗ୍‌ନେଚର ବ୍ୟାଙ୍କ ଡୁବିଛି। ଉଭୟ ବ୍ୟାଙ୍କର ଜମାକାରୀମାନେ ସେମାନଙ୍କ ଜମା ଅର୍ଥ ଯେପରି ଫେରିପାଇବେ, ସେ ଦିଗରେ ଆମେରକା କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି। ସୋମବାରଠାରୁ ଏସ୍‌ଭିବି ଜମାକାରୀଙ୍କୁ ଅର୍ଥ ଫେରାଇବା ଆରମ୍ଭ ହୋଇଥିବା ଆମେରିକା ଟ୍ରେଜେରୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଆମେରିକାର ଫେଡେରାଲ ରିଜର୍ଭ କ୍ରମାଗତ ସୁଧହାର ବଢ଼ାଇବାରୁ ଏହାର ପ୍ରତ୍ୟକ୍ଷ ପ୍ରଭାବ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ପଡ଼ିଛି। ବୃହତ୍‌ ଟେକ୍ନୋଲୋଜି କମ୍ପାନୀ ଓ ଷ୍ଟାଟ୍‌ଅପ୍‌ଗୁଡ଼ିକୁ ଋଣ ପ୍ରଦାନ କରିଆସୁଥିବା ଏସ୍‌ଭିବି ଡୁବିଯାଇଛି। ଏସ୍‌ଭିବିକୁ ଶୁକ୍ରବାର କାଲିଫର୍ନିଆ ବ୍ୟାଙ୍କିଙ୍ଗ୍‌ ରେଗୁଲେଟର୍ସ ବନ୍ଦ ଘୋଷଣା କରିଥିଲେ। ୨୦୦୮ର ବୈଶ୍ୱିକ ଆର୍ଥିକ ସଙ୍କଟ ପରେ ଏହାକୁ ରିଟେଲ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସବୁଠୁ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି। ସେହିପରି କ୍ରିପ୍ଟୋକରେନ୍ସି କାରବାରର ପ୍ରଘଟ ହେବା ପରେ ନ୍ୟୁୟର୍କର ଆଞ୍ଚଳିକ ଋଣପ୍ରଦାନକାରୀ ସିଗ୍‌ନେଚର ବ୍ୟାଙ୍କର ଷ୍ଟକ୍‌ ମୂଲ୍ୟ ହ୍ରାସ ପାଇଥିଲା। ଏହି ବ୍ୟାଙ୍କକୁ ରବିବାର ବନ୍ଦ କରିଦିଆଯାଇଛି। ତେବେ ଜମାକାରୀମାନେ ସମ୍ପୂର୍ଣ୍ଣ ଜମା ଅର୍ଥ ଫେରିପାଇବେ ବୋଲି ଆମେରିକା ଫେଡେରାଲ ରିଜର୍ଭ, ଫେଡେରାଲ ଡିପୋଜିଟ୍‌ ଇନ୍‌ସୁରାନ୍ସ କର୍ପୋରେଶନ ଏବଂ ଟ୍ରେଜେରି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

ଏହି ମୁସଲିମ ଦେଶଗୁଡ଼ିକଠାରୁ କ୍ଷତିପୂରଣ ମାଗିଲା ଇରାନ, ବିଶ୍ୱରେ ପଡିଗଲା ଚହଳ

ଓ୍ବାଶିଂଟନ୍‌,୧୪।୪: ଇସଲାମାବାଦରେ ଆମେରିକା-ଇରାନ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ଆମେରିକୀୟ ସେନା ଇରାନ ବନ୍ଦର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri