କଙ୍ଗନା ରନାଓ୍ବତଙ୍କ ପାଇଁ ଆଉ ଏକ ଖରାପ ଖବର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଏବଂ ଶିବସେନା ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଏହା ମଧ୍ୟରେ କଙ୍ଗନାଙ୍କ ପାଇଁ ଆଉ ଏକ ଖରାପ ଖବର ରହିଛି। ସିନେମାଟୋଗ୍ରାଫର ପିସି ଶ୍ରୀରାମ ଏକ ଫିଲ୍ମରେ କାମ କରିବାକୁ ମନା କରିଦେଇଛନ୍ତି। କାରଣ ଉକ୍ତ ଫିଲ୍ମରେ କଙ୍ଗନା ମୁଖ୍ୟ ଭୂମିକାରେ ରହିଛନ୍ତି। ଶ୍ରୀରାମ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ଅସହଜ ଅନୁଭବ କଲି ଏବଂ ଫିଲ୍ମ ନିର୍ମାତାଙ୍କ ସହ ମୋ ଅନୁଭବ ବିଷୟରେ କଥା ହେଲି। ସେ ମଧ୍ୟ ବୁଝିଗଲେ। ତେଣୁ ମୁଁ ଉକ୍ତ ସିନେମାରୁ ଓହରିଗଲି ବୋଲି ସେ ଲେଖିଛନ୍ତି। ଶ୍ରୀରାମ ଏହି ଫିଲ୍ମର ନାମ ଜଣାଇ ନାହାନ୍ତି। ତାଙ୍କର ଏହି ଟୁଇଟ୍‌ ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ସିନେପ୍ରେମୀ ମାନେ ମିଶ୍ରିତ ପ୍ରତିକ୍ରିୟା ରଖୁଛନ୍ତି।

Share