ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଅଡିଓ ଲିକ୍‌

ଇସଲାମାବାଦ,୧୫ା୧୦: ଆମେରିକାର ସାଇଫର (ଗୁପ୍ତଚର ସଫ୍ଟଓ୍ବେୟାର)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଆଉ ଏକ ଅଡିଓ ଲିକ୍‌ ହୋଇଛି। ଶେହବାଜଙ୍କ ଦ୍ୱିତୀୟ ଅଡିଓ ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏପରିକି କିଛି ଦିନ ପୂର୍ବରୁ ଶେହବାଜଙ୍କ ଏକ ଅଡିଓ ଲିକ୍‌ ହୋଇଥିଲା। ଯାହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନୂତନ ଅଡିଓରେ ପ୍ରଧାନମନ୍ତ୍ରୀ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହ ଶାସକ ମିଳିତ ମଞ୍ଚର ଜଣେ ସ୍ବତନ୍ତ୍ର ସହାୟକ ଭାବରେ ନିଯୁକ୍ତି ସମ୍ପର୍କରେ କଥାବାର୍ତ୍ତା କରୁଛନ୍ତି। ଅଜ୍ଞାତ ବ୍ୟକ୍ତି ପାକିସ୍ତାନ ପିପୁଲ୍ସ ପାର୍ଟିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସହାୟକ ପଦ ଦେବାକୁ କହିଛନ୍ତି।

ଲିକ୍‌ ହୋଇଥିବା ଅଡିଓ ଅନୁଯାୟୀ, ପ୍ରଧାନମନ୍ତ୍ରୀ କହୁଛନ୍ତି, ନା ଏହା ଠିକ୍‌ ନୁହେଁ। ଏହି ବିଷୟରେ ବିଲାଓ୍ବାଲ ଭୁଟ୍ଟୋ ମୋତେ କହିଥିଲେ। ତା’ପରେ ଅନ୍ୟ ଜଣେ ଅଜ୍ଞାତ ବ୍ୟକ୍ତି କହିଛନ୍ତି, ‘ଆମକୁ ଜାଫର ମହମ୍ମଦ ଏବଂ ଜାହାନଜେବ ସାହିବଙ୍କୁ ମଧ୍ୟ ରହିବାକୁ ପଡ଼ିବ। ମୁଁ ଆଜି ଆପଣଙ୍କୁ ଶେଷ ନମ୍ବର କହିବି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଅଡିଓ ଲିକ୍‌ ଖବର ଆସିଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ତାଙ୍କ ଝିଆରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ଝିଅ ମରିୟମ ନଓ୍ବାଜ ତାଙ୍କ ଜ୍ୱାଇଁ କାରଖାନା ଉପକରଣ ଅର୍ଡର କରିବା ପାଇଁ ଭାରତର ସାହାଯ୍ୟ ଲୋଡ଼ିଥିଲେ।

Share