ଇମ୍ରାନଙ୍କ ଉପରେ ପୁଣିଥରେ ହୋଇପାରେ ମରଣାନ୍ତକ ଆକ୍ରମଣ, ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସୂଚନା ଦେଲେ ବିଚାରପତି

ଇସଲାମାବାଦ,୧୯ ।୧୧: ପାକିସ୍ତାନ ଇସଲାମାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଶୁକ୍ରବାର କହିଛନ୍ତି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ପୁଣିଥରେ ମରଣାନ୍ତକ ଆକ୍ରମଣ ହୋଇପାରେ । ଗୁଇନ୍ଦା ରିପୋର୍ଟର ସୂଚନା ଆଧାରରେ ସେ ଏହା କହିଛନ୍ତି । ଏହା ସରକାରଙ୍କ ଦାୟିତ୍ୱ ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆସୁଥିବା ବିପଦକୁ ସେ ଗୁରୁତର ଭାବେ ଚିନ୍ତା କରନ୍ତୁ ।
ମୁଖ୍ୟ ବିଚାରପତି ଆମିର ଫାରୁକ ପାକିସ୍ତାନର ତେହରିକ-ଏ-ଇନସାଫ(ପିଟିଆଇ)ର ଲଙ୍ଗ ମାର୍ଚ୍ଚ ବିରୋଧରେ ବ୍ୟବସାୟୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏକ ଅଭିଯୋଗର ଶୁଣାଣି କରିବା ସମୟରେ ସେ ଏହା କହିଛନ୍ତି । ବ୍ୟବସାୟୀମାନେ ସଡ଼କ ବନ୍ଦ ହୋଇଥିବା ସମ୍ପର୍କରେ ଅଭିଯୋଗ ଦାଖଲ କରିଥିଲେ ।
ପାକିସ୍ତାନର ଏକ ପ୍ରମୁଖ ଖବରକାଗଜ କହିଛି କୋର୍ଟକୁ ଦିଆଯାଇଥିବା ଗୁଇନ୍ଦା ରିପୋର୍ଟ ଅନୁଯାୟୀ ବିଚାରପତି ଇମ୍ରାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇପାରେ ବୋଲି ଅନୁମାନ କରିଛନ୍ତି । ବିଚାରପତି କହିଛନ୍ତି ଏହି ମାମଲକୁ ଦେଖିବା ସରକାର ତଥା ରାଜ୍ୟର ଦାୟିତ୍ୱ ।

Share