‘ଇଲ୍‌’ ମାଛର ନୂଆ ପ୍ରଜାତି ସନ୍ଧାନ

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ବର୍ଷ ଆରମ୍ଭରୁ ସାମୁଦ୍ରିକ ବିଜ୍ଞାନରେ ପୁଣି ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ବୈଜ୍ଞାନିକ। ଏକ ପାଞ୍ଚଜଣିଆ ରିସର୍ଚ୍ଚ ଟିମ୍‌ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରୁ ଏକ ନୂଆ ପ୍ରଜାତିର ସାମୁଦ୍ରିକ ଇଲ୍‌ ମାଛ ଆବିଷ୍କୃତ କରିଛନ୍ତି। ଏହାର ବୈଜ୍ଞାନିକ ନାମ ‘ସିର୍‌ହିମୁରାଏନା ଇଣ୍ଡିକା’(Cirrhimuraena Indica) ରଖାଯାଇଛି। ଏହି ଗବେଷଣାରେ ୫ଜଣ ବୈଜ୍ଞାନିକ ସାମିଲ ଥିବାବେଳେ ଏମାନଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି ଓଡ଼ିଆ। ଗଞ୍ଜାମ ଗୋପାଳପୁର ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଡ. ଅନିଲ ମହାପାତ୍ର, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ସ୍ବରୂପ ରଞ୍ଜନ ମହାନ୍ତି, କୋଲକାତା ଜେଡ୍‌ଏସ୍‌ଆଇ ସାମୁଦ୍ରିକ ମତ୍ସ୍ୟ ବିଭାଗର ଶୁଭେନ୍ଦୁ ଶେଖର ମିଶ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପ୍ରାଣୀ ବିଜ୍ଞାନ ବିଭାଗର ଜୟ କିଶୋର ସେଠ, ପଶ୍ଚିମବଙ୍ଗ ବଜ୍‌କୁଲ୍‌ ମିଲନୀ ମହାବିଦ୍ୟାଳୟର ଦୀପଞ୍ଜନ ଦେଙ୍କ ମିଳିତ ଗବେଷଣାରୁ ଏହି ସଫଳତା ମିଳିଛି।

ବଙ୍ଗୋପସାଗରରୁ ଧରା ହୋଇଥିବା ୬ଟି ଇଲ୍‌ ସ୍ପେସିମେନକୁ ଓଡ଼ିଶାର ପାରାଦୀପ ଓ ପଶ୍ଚିମବଙ୍ଗର ପେଟୁଘାଟ ହାରବର (ମାଛଧରା କେନ୍ଦ୍ର)ରୁ ସଂଗ୍ରହ କରାଯାଇ ଗୋପାଳପୁର ଜେଡ୍‌ଏସ୍‌ଆଇରେ ଉଦ୍‌ଘାଟିତ ହେବାକୁ ଥିବା ନବ ନିର୍ମିତ ଡିଏନ୍‌ଏ ଲାବ୍‌ରେ ଗବେଷଣା କରାଯାଇଥିଲା। ଗବେଷଣାରୁ ଏହି ନୂଆ ଇଣ୍ଡିକା ଇଲ୍‌ ପ୍ରଜାତିଟି ସେମାନଙ୍କ ଜେନସ ମଧ୍ୟରେ ଥିବା ସମସ୍ତ ପ୍ରଜାତିଠାରୁ ଉଭୟ ବାହ୍ୟ ଓ ଜେନେଟିକ କ୍ୟାରେକ୍ଟରରେ ଅଲଗା ବୋଲି ଜଣାପଡ଼ିଥିଲା। ଏହି ପ୍ରଜାତି ମାଛର ପିଠି ପାର୍ଶ୍ୱର ରଙ୍ଗ ହାଲୁକା ବାଦାମୀ ଓ ପେଟର ରଙ୍ଗ ଈଷତ୍‌ ବାଦାମୀ ହୋଇଥାଏ। ଫର୍ମାଲିନ ଓ ଆଲକୋହଲରେ ସଂରକ୍ଷଣ ପରେ ଶରୀର ରଙ୍ଗ ବଜାୟ ରହିଥିଲେ ମଧ୍ୟ ଡେଣାଗୁଡ଼ିକ ଧଳା ରଙ୍ଗ ଧାରଣ କରିଥାଏ। ଏ ସମ୍ପର୍କରେ ବୈଜ୍ଞାନିକ ଅନିଲ କୁହନ୍ତି, କରୋନା ପାଇଁ ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ହିଁ ଆମେ ଏହି ନୂଆ ପ୍ରଜାତି ଲାଗି ମୁଖ୍ୟ ଗବେଷଣା କରିଥିଲୁ। ଆମ ଦେଶର ନାଁ ଅନୁସାରେ ଏହି ପ୍ରଜାତିକୁ ନାମିତ କରାଇ ପାରିଥିବାରୁ ଆମେ ମଧ୍ୟ ଗର୍ବ ଅନୁଭବ କରୁଛୁ।

ସୂଚନାଯୋଗ୍ୟ, ଡ. ଅନିଲ ସାମୁଦ୍ରିକ ଇଲ୍‌ ଗବେଷଣା କ୍ଷେତ୍ରରେ ସାରା ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ‘ସିର୍‌ହିମୁରାଏନା ଇଣ୍ଡିକା’ ଅନିଲଙ୍କ ଦ୍ୱାରା ଆବିଷ୍କୃତ ହୋଇଥିବା ୧୪ତମ ନୂଆ ସାମୁଦ୍ରିକ ଇଲ୍‌ ବୋଲି ଜଣାପଡ଼ିଛି। ମାଛ ଗବେଷଣା ପାଇଁ ପ୍ରସିଦ୍ଧ ‘ଜର୍ନାଲ ଅଫ୍‌ ଫିଶ୍‌ ବାୟୋଲୋଜି’ରେ ଉକ୍ତ ଗବେଷଣା ପ୍ରକାଶିତ ହେବା ପାଇଁ ଗତ ୮ତାରିଖରେ ଗୃହୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri