ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦୭ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ ଜାଣନ୍ତୁ…

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ମହାମାରୀ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୮୦୭ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧୯,୭୪୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲାରୁ ୪୩୧ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୬୨, ରାୟଗଡ଼ା ୪୭, ଗଜପତି ୩୪, କେନ୍ଦୁଝର ୨୯, ସୁନ୍ଦରଗଡ଼ ୨୪, ନୟାଗଡ଼ ୨୩, ଯାଜପୁର ୨୧, କନ୍ଧମାଳ ୧୯, ବାଲେଶ୍ୱର ୧୪, କେନ୍ଦ୍ରାପଡ଼ା ୧୪, ମୟୂରଭଞ୍ଜ ୧୪, ଭଦ୍ରକ ୧୩, ଖୋର୍ଦ୍ଧା ୧୨, ବରଗଡ଼ ୧୧, ମାଲକାନଗିରି ୧୦, ବଲାଙ୍ଗୀର-ସମ୍ବଲପୁରରୁ ୭ଜଣ ଲେଖାଏ, ଝାରସୁଗୁଡ଼ା ୬, ଢେଙ୍କାନାଳ ୪, ଅନୁଗୋଳ ୩, କୋରାପୁଟ-ପୁରୀରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି।
ଆସି ସୁଦ୍ଧା କରୋନାରେ ୩୦,୩୭୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୭୪୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।