ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୩୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରୁ ସୋମବାର ଆଉ ୫୩୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୮୫,୩୭୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୧୧୦ ଏବଂ ସୁନ୍ଦରଗଡ଼ରୁ ୪୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ନୟାଗଡ଼ରୁ ୧୭, ମୟୁରଭଞ୍ଜରୁ ୧୬, ବାଲେଶ୍ୱରରୁ ୧୨, ପୁରୀ ୧୧, ଜଗତସିଂହପୁର୧୦, ସମ୍ବଲପୁର ୮, ନବରଙ୍ଗପୁର ୭, ଗଜପତି ୬, ଯାଜପୁର ୬, ଝାରସୁଗୁଡା ୬, କଳାହାଣ୍ଡି ୬, କୋରାପୁଟ ୬, ବଲାଙ୍ଗୀର ୪, କେନ୍ଦ୍ରାପଡା ୪, ନୂଆପଡ଼ା୪, ଦେବଗଡ଼ ୩, ଢେଙ୍କାନାଳ ୩, ମାଲକାନଗିରି ୩, ସୋନପୁର ୩, ବରଗଡ଼ ୧, ଭଦ୍ରକ ୧, ଗଞ୍ଜାମ ୧, ରାୟଗଡ଼ା ୧ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୪୧ ଅଛନ୍ତି।