ରାଜ୍ୟରେ ସୁସ୍ଥ ହେଲେ ୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨ ଲକ୍ଷ୭୯ ହଜାର ୭୪୫ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୨ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ଏବଂ କଟକରୁ ୪ ଜଣ, ସେହିପରି ଢେଙ୍କାନାଳରୁ ୨, ଜଗତ୍‌ସିଂହପୁର, ସମ୍ବଲପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୭ ଜଣ ସୁସ୍ଥ ହୋଇଛନ୍ତି।