କ୍ୟାନ୍‌ସର ହସ୍ପିଟାଲରୁ ପୁଣି ୩୮ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ୍‌,୪ା୭: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏଠାରେ ଶନିବାର ପୁଣି ଆଉ ୩୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନିରାପତ୍ତାରକ୍ଷା ହୋଇଥିବା ବେଳେ ଅନ୍ୟ ସମସ୍ତେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ଗତ ୨୬ ତାରିଖରେ ପ୍ରଥମେ ଏଠାରେ ଭର୍ତ୍ତି ହୋଇଥିବା ଗଞ୍ଜାମ ଅଞ୍ଚଳର ଜଣେ ରୋଗୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ଗତ ଜୁନ୍‌ ୨୭ ତାରିଖ ୨ ଜଣ, ୨୯ରେ ୬ ଜଣ, ୩୦ରେ ୭ ଜଣ, ଜୁଲାଇ ୨ରେ ୫୫ ଜଣ ଏବଂ ୩ ତାରିଖରେ ୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଯାବତ୍‌ ଏହି ହସ୍ପିଟାଲରୁ ୧୧୪ ଜଣ କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ସେହିପରି ଏସ୍‌ସିବି ଆେଇସୋଲେଶନ ଓ୍ବାର୍ଡ଼ରୁ ଶନିବାର ୬ ଜଣ ଏବଂ ନ୍ୟୁରୋ ସର୍ଜରୀ ଓ୍ବାର୍ଡରୁ ଜଣେ କର୍ମଚାରୀ କରୋନାର ଶିକାର ହୋଇଛନ୍ତି।