ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨ଲକ୍ଷ ୭୯ ହଜାର ୪୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏ ନେଇ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୯ଜଣ, କଟକରୁ ୮ଜଣ, ଝାରସୁଗୁଡାରୁ ୬ଜଣ, ସୁନ୍ଦରଗଡ଼ରୁ ୩ ଜଣ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।