କଟକ ସହରରୁ ଆଉ ୨୪୦ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୫।୯: କଟକ ଜିଲାରୁ ମଙ୍ଗଳବାର ଆଉ ୩୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୦ ଜଣ କଟକ ସହରର ବୋଲି ସିଏମ୍‌ସି ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୯୨ ଜଣ କ୍ୱାରାଣ୍ଟାଇନରୁ ଏବଂ ୧୪୮ ଜଣ ଲୋକାଲ୍‌ କେସ୍‌ ବୋଲି ଜଣାପଡ଼ିଛି। ଫଳରେ କଟକ ସହରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୨୧୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫,୯୮୬ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବାବେଳେ ଏବେ ମଧ୍ୟ ୨,୧୯୩ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିଭଳି ୩୬ ଜଣ ଲୋକ ପ୍ରାଣ ହରାଇଛନ୍ତି।