ରାଜ୍ୟରୁ ୨୧୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୨୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ୧୩,୨୧,୩୪୪ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୮, କଟକରୁ ୨୬,ସମ୍ବଲପୁରରୁ ୧୯, ସୁନ୍ଦରଗଡରୁ ୧୭, ବଲାଙ୍ଗୀରରୁ ୧୨, କନ୍ଧମାଳରୁ ୧୧, ଢେଙ୍କରନାଳରୁ ୧୦, ପୁରୀରୁ ୧୦, ଯାଜପୁରରୁ ୯, ନୂଆପଡାରୁ ୭ ଜଣ ସୁସ୍ଥହୋଇଥିବା ବେଳେ କଳାହାଣ୍ଡିରୁ ୬,ନବରଙ୍ଗପୁରରୁ ୫, ନୟାଗଡରୁ ୫, ବାଲେଶ୍ୱରରୁ ୪,ଗଞ୍ଜାମରୁ ୪, ରାୟଗଡାରୁ ୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୋନପୁରରୁ ୪, ବୌଦ୍ଧରୁ ୩, ଦେବଗଡ଼ରୁ ୩, ଜଗତ୍‌ସିଂପୁରରୁ ୩, ଅନୁଗୋଳରୁ ୨, କେନ୍ଦୁଝରରୁ ୨, କୋରାପୁଟ୍‌ରୁ ୨, ଝାରସୁଗୁଡା ଏବଂ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୬ ଜଣ ସୁସ୍ଥ ହୋଇଛନ୍ତି।