ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ୧୩,୨୩,୪୩୭ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ୪୧, ଖୋର୍ଦ୍ଧାରୁ ୩୧,ସମ୍ବଲପୁରରୁ ୧୩, କଟକରୁ ୧୧, କଳାହାଣ୍ଡିରୁ ୮, ସୋନପୁରରୁ ୮, ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ନବରଙ୍ଗପୁରରୁ ୬ଜଣ ଥିବା ବେଳେ ବଲାଙ୍ଗୀର,ଜଗତ୍‌ସିଂହପୁର, ଯାଜପୁର, ମୟୁରଭଞ୍ଜ ଏବଂ ନୂଆପଡ଼ାରୁ ୫ ଜଣ ରହିଛନ୍ତି। ସେହିପରି ଗଞ୍ଜାମରୁ ୪, ପୁରୀରୁ ୪, ବରଗଡରୁ ୩, ଅନୁଗୋଳରୁ
୨,ଝାରସୁଗୁଡାରୁ ୧ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୬ ଜଣ ରହିଛନ୍ତି।