CORONAVIRUS UPDATE: ରାଜ୍ୟରେ ପୁଣି ୧୦୬୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୦୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯, ୧୭୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୧୦୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୦୬ ଲୋକାଲ କେସ୍‌ ରହିଛି।
ନୂଆ ୧୦୬୮ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୨୦, ବାଲେଶ୍ୱର ୨୯, ବରଗଡ଼ ୫, ଭଦ୍ରକ ୪, ବଲାଙ୍ଗୀର ୨୬, କଟକ ୬୧, ଦେବଗଡ଼ ୨, ଢେଙ୍କାନାଳ ୧, ଗଜପତି ୮୮, ଜଗତ୍‌ସିଂପୁର ୩, ଯାଜପୁର ୧୨, ଝାରସୁଗୁଡ଼ା ୧୨, କଳାହାଣ୍ଡି ୧୯, କନ୍ଧମାଳ ୧୧, କେନ୍ଦ୍ରାପଡ଼ା ୮, ଖୋର୍ଦ୍ଧା ୧୯୪, କୋରାପୁଟ ୬୬, ମାଲକାନଗିରି ୧, ମୟୂରଭଞ୍ଜ ୨୦, ନବରଙ୍ଗପୁର ୨୬, ନୟାଗଡ଼ ୨୯, ନୂଆପଡ଼ା ୧୧, ପୁରୀ ୧, ରାୟଗଡ଼ା ୨୪, ସମ୍ବଲପୁର ୨୧, ସୋନପୁର ୨, ସୁନ୍ଦରଗଡ଼ ୧୧୩।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୯, ୧୭୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦, ୯୨୦ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୧୮,୦୬୦ଜଣ ସୁସ୍ଥ ହୋଇଛନ୍ତି।