ଡିସେମ୍ବର ୨୦ରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ବଲାଙ୍ଗୀର ଅଫିସ, ୨୩।୧୧: ବଲାଙ୍ଗୀର ଜିଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ସଂସଦର ବିଭିନ୍ନ ଷ୍ଟାଣ୍ଡିଂ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ଏହି କ୍ରୀଡା ପ୍ରତିଯୋଗିତା ପରିଚାଳନା ସଂକ୍ରାନ୍ତୀୟ ବିଚାର ବିମର୍ଶ ପରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ତଥା କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଭାପତି ଅଭିଭାଷଣ ପରେ ସମ୍ପାଦକ ପୂଜାରୀ ପ୍ରତିଯୋଗିତାର ରୂପରେଖ ସମ୍ପର୍କରେ କହିଥିଲେ ା ପରେ କ୍ରମାନୁଯାୟୀ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷମାନେ ସେମାନଙ୍କ କ୍ରୀଡା ପରିଚାଳନା ଉପରେ ଆଲୋଚନା କରିଥିଲେ। ଆସନ୍ତା ଡିସେମ୍ବର ୨୦ ଓ ୨୧ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଥିଲା। ପ୍ରତିଯୋଗୀମାନେ ନିର୍ଦ୍ଧାରିତ ଫର୍ମ ପୂରଣ କରି ଡିସେମ୍ବର ୫ ସୁଦ୍ଧା ଗାନ୍ଧୀ ଷ୍ଟଡିୟମ କାର୍ଯ୍ୟାଳୟରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ସବିଶେଷ ଜାଣିବାକୁ ପ୍ରତିଯୋଗୀମାନେ କ୍ରୀଡା ସମ୍ପାଦକ ବିଭୂତି ପଣ୍ଡା କିମ୍ବା ସମ୍ପାଦକ ହରିନାରାୟଣ ପୂଜାରୀଙ୍କୁ ଯୋଗାଯୋଗ କରିପାରିବେ ବୋଲି ଜଣାଇ ଦିଆଯାଇଛି। ଡିସେମ୍ବର ୯ରୁ ଭିଜନ-୨୦୨୪ ଜୁନିୟର ଇନଟ୍ରା କ୍ଲବ କ୍ରିକେଟ୍‌ ୧୬ ଓ ୧୯ ବର୍ଷ ବୟସ ବର୍ଗ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୯ ବର୍ଷ ବର୍ଗରୁ ୧୦ ଜଣ ଖେଳାଳୀ ଓ ୧୬ ବର୍ଷ ବର୍ଗରୁ ୫ ଜଣ ଖେଳାଳୀଙ୍କୁ ନେଇ ୧୫ ଜଣିଆ ଦଳ ଗଠନ କରାଯିବ। ଏଥିପାଇଁ ଡିସେମ୍ବର ୨୫, ୨୬ ଓ ୨୭ରେ ଦଳ ନାମ ପଞ୍ଜୀକରଣ କରିବେ। ଏଥିପାଇଁ ୧୯ ବର୍ଷ ବର୍ଗ ସକାଶେ ଖେଳାଳିଙ୍କ ଜନ୍ମ ଶେଷ ତାରିଖ ୩୦.୦୮.୨୦୦୯ ଏବଂ ୧୬ ବର୍ଷ ବର୍ଗଙ୍କ ପାଇଁ ଜନ୍ମ ଶେଷ ତାରିଖ ତା୧ା୯ା୨୦୦୭ରିଖ ହେବା ଆବ୍ଯଯକ ବୋଲି କୁହାଯାଇଛି। ପଞ୍ଜୀକରଣ ଦିନ ସେମାନେ ଆଧାର କାର୍ଡ, ପାନ କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ଏବଂ ତା ସହିତ ମାଟ୍ରିକ ବୋର୍ଡ ସାର୍ଟିଫିକେଟ କିମ୍ବା ପାଠ ପଢାର ଶେଷ ତିନିବର୍ଷର ମାର୍କଲିଷ୍ଟ ସାଙ୍ଗରେ ନେଇ ଆସିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ବୈଠକରେ ସଂସଦର କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥୀ, ପଦ୍ମଚରଣ ଆଚାର୍ଯ୍ୟ, ପରାସର ବାଗ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ପ୍ରଭାତ ମିଶ୍ର, ହେମନ୍ତ ବେହେରା, ସଂଗ୍ରାମ ବହିଦାର, ରାଜେନ୍ଦ୍ର ପୁରୋହିତ, ଶିଶିର ବହିଦାର, ଜୟରାମ ମିଶ୍ର, ବିଜୟ ବଂଶଲ, ରମାକାନ୍ତ ସେଠ, ସୁଧୀର ଚନ୍ଦ୍ର ପଣ୍ଡା, ବିକ୍ରମାନନ୍ଦ ବହିଦାର, ରମେଶ ଚନ୍ଦ୍ର ପୁରୋହିତ, ପ୍ରଫୁଲ୍ଲ ବେହେରା, ଆନନ୍ଦିନୀ ଦର୍ଜୀ, ସୁବୋଧ କୁମାର ମିଶ୍ର, ଭାବଗ୍ରାହୀ ରଥ, ଶୁଭ୍ରାଂଶୁ ଅମାତ, ଅନୁପ କୁମାର ସାହୁ, ସୁନିଲ ବିଶ୍ୱାଳ, ହେମନ୍ତ ବହିଦାର, ମାଧୁରୀ ନନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri