ମନ ମୋହୁଛି ଫୁଲର ସମ୍ଭାର

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଲୋକଙ୍କ ମଧ୍ୟରେ ଫୁଲଚାଷ ପ୍ରତି ଆଗ୍ରହ ସୃଷ୍ଟି ସହ ରାଜଧାନୀକୁ ଆହୁରି ସୌନ୍ଦର୍ଯ୍ୟମୟ କରିବା ଉଦ୍ଦେଶ୍ୟ ନେଇ ଶନିବାରଠାରୁ ‘ବାର୍ଷିକ ପୁଷ୍ପ ପ୍ରଦର୍ଶନୀ’ ଆରମ୍ଭ ହୋଇଛି। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପରିସରସ୍ଥ ଏକାମ୍ର କାନନରେ ଏହି ଦୁଇଦିନିଆ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ଫୁଲରେ ଝଲସୁଛି ଏକାମ୍ର କାନନ। ଲାଲ୍‌, କମଳା, ନୀଳ ଓ ହଳଦିଆ ଗୋଲାପ ସାଙ୍ଗକୁ ଫ୍ଲୋରିବୁଣ୍ଡା ଏବଂ ପଲିଆନ୍ଥା ଭଳି ବିଦେଶୀ କିସମର ଗୋଲାପ ସବୁ ଏଠାରେ ଦେଖିବାକୁ ମିଳୁଛି।

ଚଳିତବର୍ଷ ପ୍ରଦର୍ଶନୀ ପାଇଁ ଆସିଥିବା ବିଦେଶୀ ଫୁଲଗୁଡ଼ିକ ମଧ୍ୟରେ ରହିଛି ଗ୍ଲାଡିଓଲି, କ୍ରୋଟନ, କ୍ୟାକ୍‌ଟସ, କାନୁନ୍‌ଣ୍ଡୋଲା, କାରିଆଫିସ୍‌, ଡାଇନାଥସ୍‌, ଆଷ୍ଟର, ଲିଲିୟମ୍‌, ସାଲ୍‌ଭିଆ, ଜିନିଆ ଏବଂ ଆନ୍ଥୁରିୟମ୍‌ ପ୍ରଭୃତି। ସେହିଭଳି ଦେଶୀ ଫୁଲ ମଧ୍ୟରେ ଗେଣ୍ଡୁ, ଗୋଲାପ ଏବଂ ଡାଲିଆ ଭଳି ଫୁଲ ଲୋକପ୍ରିୟ ହୋଇଛି। କାଟାଲିୟା ଡେଣ୍ଡ୍ରୋବିଅମ, ଭାଣ୍ଡା ସମେତ ୨୦ ପ୍ରଜାତିର ଅର୍କିଡ୍‌ ଫୁଲକୁ ନେଇ ଏକ ସ୍ବତନ୍ତ୍ର ସେକ୍ସନ ହୋଇଛି। ଯାହା ଦର୍ଶକଙ୍କ ମନ ମୋହୁଛି। ସେହିପରି ଅନେକ ଫୁଲର ସମ୍ଭାରରେ ହୋଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ସମସ୍ତଙ୍କୁ ଆକର୍ଷିତ କରୁଛି। ପ୍ରଦର୍ଶନୀ ପ୍ରବେଶ ପଥରେ ହୋଇଥିବା ଫୁଲର ଗେଟ୍‌ ମଧ୍ୟ ଦର୍ଶକଙ୍କ ପସନ୍ଦ ପାଲଟିଛି। ଏହି ପ୍ରଦର୍ଶନୀକୁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ମାଇନିଂ କର୍ପୋରେଶନ ସହାୟତାରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏଶନ ମିଳିତ ଭାବେ ଆୟୋଜନ କରିଛନ୍ତି। ପ୍ରଦର୍ଶନୀକୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଉଦ୍‌ଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ରିସର୍ଚ୍ଚ ଆଣ୍ଡ୍‌ ଆକ୍ଟିଭିଟି ରିପୋର୍ଟ ୨୦୧୯-୨୦ ଓ ଆଉ ଦୁଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଚଳିତବର୍ଷ କରୋନାକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀକୁ ସଙ୍କୁଚିତ ଭାବେ ଆୟୋଜନ କରାଯାଇଛି। ଏଥିରେ ୧୦ଟି ଅନୁଷ୍ଠାନ ଅଂଶଗ୍ରହଣ କରିଛନ୍ତି। କୌଣସି ବ୍ୟକ୍ତିବିଶେଷଙ୍କୁ ଭାଗ ନେବାକୁ ଅନୁମତି ଦିଆଯାଇ ନାହିଁ। ପ୍ରତିବର୍ଷ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ପୋଷ୍ଟର ପ୍ରତିଯୋଗିତା ହୋଇଥାଏ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଏ। କିନ୍ତୁ ଏଥର ପ୍ରତିଯୋଗିତା ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri