Categories: ଖେଳ

କୋହଲି-ରୋହିତଙ୍କ ଦରମା ବଢିଲା ନାହିଁ: ଜାଣନ୍ତୁ କେଉଁ କ୍ରିକେଟର୍‌ କେତେ ପାଇବେ ଦରମା

କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଭାରତୀୟ ଖେଳାଳିଙ୍କ ବାର୍ଷିକ ଚୁକ୍ତିନାମା ତାଲିକା ପ୍ରକାଶ କରିଛି। ଅକ୍ଟୋବର ୨୦୨୦ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଚୁକ୍ତି ବୈଧ ହେବ। ନୂତନ ଚୁକ୍ତିନାମା ଅନୁଯାୟୀ ଅଧିନାୟକ ବିରାଟ କୋହଲି, ସୀମିତ ଓଭର ଉପ-ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏ + ବର୍ଗରେ ରହିଛନ୍ତି।
ଏ + ଗ୍ରେଡରେ କେବଳ ୩ ନାମ
ଅଧିନାୟ ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍‌ରାଙ୍କୁ ବାର୍ଷିକ ୭ କୋଟି ବେତନ ସହିତ ଏହି ଗ୍ରେଡରେ ନାମିତ କରାଯାଇଛି।
ଏ ଗ୍ରେଡରେ ୧୦ ଖେଳାଳି
ପାଞ୍ଚ କୋଟି ବେତନ ସହିତ ଏହି ଗ୍ରେଡରେ ଏଥର ୧୦ ଖେଳାଳିଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇଛି। ଏଥିମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଚେତେଶ୍ୱର ପୂଜାରା, ଅଜିଙ୍କେ ରାହାନେ, ଶିଖର ଧାୱନ, କେ.ଏଲ ରାହୁଲ, ମହମ୍ମଦ ଶାମି, ଇଶାନ୍ତ ଶର୍ମା, ରିଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି।
ବି ଗ୍ରେଡରେ ୫ ନାମ
ତିନି କୋଟି ବେତନ ବିଶିଷ୍ଟ ଏହି ଗ୍ରେଡରେ ରିଦ୍ଧିମାନ ସାହା, ଉମେଶ ଯାଦବ, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର ଏବଂ ମୟଙ୍କ ଅଗ୍ରୱାଲ ଅଛନ୍ତି।
ସି ଗ୍ରେଡରେ ୧୦ ଖେଳାଳି
ଏହି ଗ୍ରେଡରେ କୁଲଦୀପ ଯାଦବ, ନବଦୀପ ସଇନି, ଦୀପକ ଚହର, ଶୁଭମାନ ଗିଲ, ହନୁମା ବିହାରୀ, ଅକ୍ଷର ପଟେଲ, ଶ୍ରେୟସ ଆୟର, ୟୁଜଭେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର ଏବଂ ମହମ୍ମଦ ସିରାଜ ବାର୍ଷିକ ଏକ କୋଟି ଟଙ୍କା ସହିତ ଏହି ଗ୍ରେଡରେ ସ୍ଥାନ ପାଇଛନ୍ତି।

Share