ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତାଲୁକା ସଭାପତି ଗଣେଶ୍ୱର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀରେ ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମଧୁବୈଶ୍ୟମାନେ ପୂର୍ବର ପାରମ୍ପରିକ ମିଷ୍ଟାନ୍ନ ଓ ସ୍ଵାଦିଷ୍ଟ ବ୍ୟଞ୍ଜନ ବିକ୍ରୀ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ସେଗୁଡ଼ିକର ଅଧିକା ପ୍ରଚାର ପ୍ରସାର ଆବଶ୍ୟକତା ଥିବା କହିଥିଲେ । ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା , କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସମ୍ମାନୀତ ଅତିଥି ରୂପେ ମଞ୍ଚାସିନ ଥିଲେ।

ମଧୁବୈଶ୍ୟ ସମାଜର ସାଙ୍ଗଠନିକ ଅଭିବୃଦ୍ଧି, କୈାଳିକ ବୃତ୍ତିକୁ ପାଥେୟ କରି ପେଟପାଟଣା ପାଇଁ ସଂଗ୍ରାମ କରୁଥିବା ପରିବାର ଗୁଡ଼ିକର ଆର୍ଥିକ ଅଭିବୃଦ୍ଧି ନେଇ ସଂଘର କର୍ମକର୍ତ୍ତାବୃନ୍ଦ ଉଦବୋଧନ ଦେଇଥିଲେ । ଏହି ଅବସରରେ ବଡ଼ଖେମୁଣ୍ଡି ତାଲୁକା ମଧୁବୈଶ୍ୟ ସମାଜର ବାର୍ଷିକ ଆୟବ୍ୟୟର ବୀବରଣୀ ପାଠ କରାଯାଇଥିଲା। ବଡ଼ଖେମୁଣ୍ଡି ତାଲୁକାର ବିଭିନ୍ନ ଗ୍ରାମରୁ ଆସିଥିବା ସଂଘର ବୟୋଜ୍ୟେଷ୍ଠ ସଦସ୍ୟ ଓ କର୍ମକର୍ତ୍ତାମାନଙ୍କୁ ସମାଜ ପକ୍ଷରୁ ମୁଖ୍ୟଅତିଥି ବିଧାୟକ ସଭା ମଞ୍ଚରେ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ  ।

ତାଲୁକା ଉପସଭାପତି ହରିକୃଷ୍ଣ ସାହୁ, ସମ୍ପାଦକ ସୁଧାକର ସାହୁ, ସହ ସମ୍ପାଦକ ଦୀପକ କୁମାର ସାହୁ , କୋଷାଧ୍ୟକ୍ଷ ସିମାଞ୍ଚଳ ସାହୁ , ଉପଦେଷ୍ଟା ରବିନ୍ଦ୍ର ସାହୁ, ହରିକୃଷ୍ଣ ସାସମଲଙ୍କ ସମେତ ବହୁ ସଂଖ୍ୟକ କର୍ମକର୍ତ୍ତା, ସଦସ୍ୟା ସଦସ୍ୟ ଓ ଯୁବ ସଂଘର ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।

 

Dharitri – Odisha’s No.1 Odia Daily

Share