ଅଲ୍‌ ଓଡ଼ିଶା ସେଲ୍ଫ୍‌ ଫାଇନାନ୍‌ସିଂ କଲେଜ ସଂଘର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୩୦।୯ (ଅଭୟ ଦାଶ): ଅଲ୍‌ ଓଡ଼ିଶା ସେଲ୍ଫ୍‌ ପାଇନାନ୍‌ସିଂ କଲେଜର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱରର ହୋଟେଲ୍‌ ପୁଷ୍ପକ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭା ଓ ବାର୍ଷିକ ସମ୍ମିଳନୀରେ ୧୩୫ କଲେଜର ପ୍ରତିନିଧମାନେ ଯୋଗ ଦେଇଥିଲେ। ଏହି ଅବସରରେ ସଂଘର ପୁରୁଣା ଦାବି ବିଷୟରେ ବିସ୍ତୃତ ଆଲୋଚନା ସହିତ ଉକ୍ତ ଦାବିକୁ କିପରି ସୁଦୃଢ଼ ଭାବେ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ସେ ନେଇ ମଧ୍ୟ ସମ୍ମିଳନୀରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।
ସେହିଭଳି ନୂତନ ଭାବେ ନିର୍ବାଚିତ ହୋଇଥିବା ସଂଘର ସଭାପତି ସୁବାସ ଚନ୍ଦ୍ର ଦାସ, ଉପସଭାପତି ସଞ୍ଜୟ ସାହୁ, ସମ୍ପାଦକ ପ୍ରଦୀପ ପୃଷ୍ଟି, ସହ ସମ୍ପାଦକ ବିଷ୍ଣୁ ଦାସ ଓ ମୁକେଶ ଚୌବେ ଏବଂ କୋଷାଧ୍ୟକ୍ଷ ସ୍ବାଗତ ଶେଖର ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସଂଘର ଉପଦେଷ୍ଟା ତ୍ରିଦେବ୍‌ ବେହେରା, କେ.ସି. ମହାନ୍ତି, ମନୋଜ ପାଢ଼ୀ, ଅମରିଶ ଦାସ ଏବଂ ଫକୀର କର୍ଣ୍ଣ ପ୍ରମୁଖ ସମ୍ପ୍ରତି ଅନୁଷ୍ଠାନର ସଫଳତା ବିଷୟରେ ପରିପ୍ରକାଶ କରିଥିଲାବେଳେ ଆଗାମୀ ଭବିଷ୍ୟତରେ ସଂଘର ନୂତନ ରୂପରେଖ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ବିଶଦ୍‌ ଭାବେ ଚର୍ଚ୍ଚା କରାଯାଇଥିଲା। ଏପରିକି ନୂତନ ଶିକ୍ଷାନୀତି ବିଷୟରେ ତ୍ରିଦେବ୍‌ ବେହେରା ଏବଂ ଅମରିଶ ଦାସ ବିସ୍ତୃତ ଭାବେ ଆଲୋକପାତ (ସମ୍ପୂର୍ଣ୍ଣ ବ୍ୟାଖ୍ୟା) କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ଅନୁରାଗ ଠାକୁର, ୯ ବର୍ଷର ବିଳମ୍ବ ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୮।୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର, ବିସିସିଆଇରେ ପଦରେ ଲାଗିଥିବା ପ୍ରତିବନ୍ଧକ ଉଠାଇବା ନିଷ୍ପତ୍ତିରେ…

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri