Categories: ଜାତୀୟ

ଡ୍ୟୁଟିରେ ବିରକ୍ତ ହୋଇ ୪ ସହକର୍ମୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇ ନିଜକୁ ଗୁଳି କଲେ ବିଏସ୍‌ଏଫ୍‌ ଯବାନ…

ଅମୃତସର, ୬।୩ : ରବିବାର ସକାଳେ ଅମୃତସରର ବିଏସ୍‌ଏଫ୍‌ର ଖାସା ମୁଖ୍ୟାଳୟରେ ଜଣେ ଯବାନ  ୪ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ସାଥୀମାନଙ୍କ ଉପରକୁ ଗୁଳି ଚଳାଇବା ପରେ ଯବାନ ଜଣକ ନିଜକୁ ଗୁଳି କରିଥିଲେ। ଏହି ଘଟଣାରେ ପାଞ୍ଚ ଜଣ ଯବାନଙ୍କ ମୃତ୍ୟୁ ଘଟିଛି।

ଏନେଇ ବିଏସ୍‌ଏଫ୍‌ ପକ୍ଷରୁ କୌଣସି ସୂଚନାର ପ୍ରଦାନ କରାଯାଇ ନାହିଁ। ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁସାରେ, ଅମୃତସରଠାରୁ ପ୍ରାୟ ୧୩ କିଲୋମିଟର ଦୂରରେ ଥିବା ବିଏସ୍‌ଏଫ୍‌ ମୁଖ୍ୟାଳୟରେ ବିଏସ୍‌ଏଫ୍‌ର ୧୪୪ ବାଟାଲିଅନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଡ୍ୟୁଟି ନେଇ କନଷ୍ଟେବଳ ସତ୍ୟପ୍ପୋଙ୍କ ତାଙ୍କ ଅଧିକାରୀଙ୍କ ଉପରେ ରାଗିଥିଲେ।

ରବିବାର ସକାଳେ ସେ ତାଙ୍କ ସର୍ଭିସ୍‌ ରାଇଫଲରୁ ସହକର୍ମୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଏହା ପରେ ସେ ନିଜକୁ ଗୁଳି କରିଥିଲେ। ଏଥି ମୁଖ୍ୟାଳୟର ୬ରୁ ଅଧିକ କର୍ମଚାରୀ ଆହତ ହୋଇଥିବା କୁହାଯାଉଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share