Posted inରାଜ୍ୟ

୧୨ଟି ବର୍ଗରେ କଳିଙ୍ଗ ଲିଟେରାରି ବୁକ୍ ଆୱାର୍ଡ ବିଜେତା ଘୋଷଣା

ନୂଆଦିଲ୍ଲୀ: କଳିଙ୍ଗ ଲିଟେରାରି ଫେଷ୍ଟିଭାଲ (କେଏଲ୍‌ଏଫ୍‌) ପକ୍ଷରୁ କେଏଲ୍‌ଏଫ୍ ବୁକ୍ ଆୱାର୍ଡ ୨୦୨୫ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ୧୨ଟି ବର୍ଗରେ ଉଲ୍ଲେଖନୀୟ ସାହିତ୍ୟ କୃତି ଲାଗି ଏଭଳି ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଅତିଥି ଭାବେ ଯୋଗ ଦେଇ ବିଜେତାଙ୍କୁ ପୁରସ୍କୃତ କରିଥିଲେ । ଫିକ୍ସନ, ନନ୍ ଫିକ୍ସନ, କବିତା, ବାଣିଜ୍ୟ, ଅନୁବାଦ, ଶିଶୁ ସାହିତ୍ୟ, ଇଂରାଜୀ ଏବଂ ହିନ୍ଦିରେ ପ୍ରଥମ ପୁସ୍ତକ ବର୍ଗରେ ବ୍ୟକ୍ତିବିଶେଷଙ୍କ ଉଲ୍ଲେଖନୀୟ କୃତି ଗୁଡିକୁ ବିଶେଷ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଚୟନ କରାଯାଇଛି ।

ସରସ୍ୱତୀ ବନ୍ଦନା ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଅତିଥି । ମୁଖ୍ୟ ଅତିଥି ଶେଖାୱତ କହିଥିଲେ, ସାହିତ୍ୟ ଏବଂ ସଂସ୍କୃତି ଏକ ନିବିଡ ଐତିହାସିକ ତାତ୍ପର୍ଯ୍ୟ ରହିଛି । ଦେଶ ମଧ୍ୟରେ ସାହିତ୍ୟର ଏକ ବିବିଧ ଏବଂ ମହାନ ପରମ୍ପରା ପ୍ରଚଳିତ । ବହୁ ପୁରୁଣା ସମୟରୁ ଷ୍ଟୋରୀ ଟେଲିଂ ଆମ ସମାଜରେ ରହି ଆସିଛି । ସୃଜନାତ୍ମକ ସ୍ୱରକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ।

କେଏଲ୍‌ଏଫ୍‌ର ପୃଷ୍ଠପୋଷକ ତଥା ସିଇଓ ଅଶୋକ କୁମାର ବଳ ସ୍ୱାଗତ ଭାଷଣରେ କହିଥିଲେ, ଉଲ୍ଲେଖନୀୟ ସାହିତ୍ୟ କୃତି ଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ସାଂସ୍କୃତିକ ଆଲୋଚନାକୁ ତ୍ୱରାନ୍ୱିତ କରିବା ଦିଗରେ କେଏଲ୍‌ଏଫ୍ ବିସ୍ତୃତ କାର୍ଯ୍ୟକ୍ରମ ଗ୍ରହଣ କରିଛି ।

କେଏଲ୍‌ଏଫ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡା କହିଥିଲେ, ବର୍ତ୍ତମାନ ସମୟରେ ସାହିତ୍ୟ ଆଲୋଚନାକୁ ତ୍ୱରାନ୍ୱିତ କରିବା ଏବଂ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଦିଗରେ କେଏଲ୍‌ଏଫ୍ ନିରନ୍ତର ଉଦ୍ୟମ ଜାରି ରଖିଛି । ସାହିତ୍ୟିକ ଉନ୍ମାଦନାକୁ ପାଳନ କରିବାରେ ଏହା ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି ।
ହିନ୍ଦିର ୫ଟି ଏବଂ ଇଂରାଜିର ୭ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତି ପୁରସ୍କାର ବିଜେତାଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ, ମାନପତ୍ର, ସ୍ମୃତିଫଳକ, ଉପଢ଼ୌକନ, ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ୧୫ ଉଲ୍ଲେଖନୀୟ ସାହିତ୍ୟ କୃତିକୁ ପୁରସ୍କୃତ କରିବା ପରେ ଆସନ୍ତା ମାସ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ଅବସରରେ ସଂସ୍କୃତ ଏବଂ ଓଡ଼ିଆ ଭାଷାର ୪ ଉଲ୍ଲେଖନୀୟ ସାହିତ୍ୟ କୃତିକୁ ମଧ୍ୟ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ।

କେଏଲ୍‌ଏଫ୍ ବୁକ୍ ଆୱାର୍ଡ (ହିନ୍ଦୀ ବର୍ଗ)
ôôô ନନ୍ ଫିକ୍ସନ- ଓଭର ଦି ଟପ୍‌:ଓଟିଟି କା ମାୟାଜାଲ ପୁସ୍ତକ, ଲେଖକ: ଅନନ୍ତ ବିଜୟ, ପ୍ରକାଶକ:ପ୍ରଭାତ ପ୍ରକାଶନ

ଫିକ୍ସନ: ବନ୍ୟା, ଲେଖକ: ମନିଷା କୁଳଶ୍ରେଷ୍ଠ, ପ୍ରକାଶକ:ରାଜପାଲ ଆଣ୍ଡ ସନ

କବିତା:ଧର୍ମ ଓ ନାବ୍ ନେହିଁ, କବି:ଶିରିଶ କୁମାର ମୌର୍ଯ୍ୟ, ପ୍ରକାଶକ:ରାଜକୁମାର ପ୍ରକାଶନ

ଅନୁବାଦ: ପ୍ରଦୀପ ଦାସଙ୍କ ଚାରୁ, ଚିଭାର ଔର ଚର୍ଯ୍ୟା, ଅନୁବାଦକ:ସୁଜାତା, ପ୍ରକାଶକ:ସିଭେନ ପବ୍ଲିସର ପେଙ୍ଗୁଇନ

ପ୍ରଥମ ପୁସ୍ତକ: ଚକାଜାମ, ଲେଖକ:ଗୌତମ ଚୌବେ, ପ୍ରକାଶକ:ରାଜକମଲ ପ୍ରକାଶନ

ସ୍ୱତନ୍ତ୍ର: ଜ୍ଞାନ ସେ ବିଜ୍ ପୋଷ୍ଟକାର୍ଡ, ଲେଖକ:ଶିବ ବାଲକ ମିଶ୍ରା, ପ୍ରକାଶକ: ୱେଷ୍ଟଲାଣ୍ଡ ଏକା

ଇଂରାଜୀ ବର୍ଗରେ ବିଜେତା
ନନ୍ ଫିକ୍ସନ: ଟିପୁ ସୁଲତାନ, ଦ ସାଗା ଅଫ୍ ମହୀଶୂର ଇଣ୍ଟେରେନମ (୧୭୬୦-୧୭୯୯)
ଲେଖକ:ଡ. ବିକ୍ରମ ସମ୍ପତ, ପ୍ରକାଶକ ପେଙ୍ଗୁଇନ
ଦ ସେରପା ଟ୍ରେଲ: ଦି ଷ୍ଟୋରିଜ ଫ୍ରମ ଦାର୍ଜିଲିଂ ଆଣ୍ଡ୍ ବିୟଣ୍ଡ
ଲେଖକ: ନନ୍ଦିନୀ ପୁରନ୍ଦରେ, ଦୀପା ବାଲସୁଭର
ପପ୍ରକାଶକ: ରୋଲି ବୁକ୍‌ସ

ଫିକ୍ସନ: ଦ ଗାର୍ଲ ଉଇଥ୍ ସେଭେନ ଲାଇଫ, ଲେଖକ:ବିକାଶ ସ୍ୱରୁପ, ପ୍ରକାଶକ: ସାଇମନ ଆଣ୍ଡ ସ୍କୁଷ୍ଟର
ଦ ଏନ୍‌କ୍ଲେଭ: ଏ ସାର୍ପ ଆଣ୍ଡ ହିଲାରିୟସ ପୋଟ୍ରେଟ ଅଫ୍ ଓମେନହୁଡ ଇନ୍ ଇଣ୍ଡିଆ, ଲେଖକ:ରୋହିତ ମନଚନ୍ଦା, ପ୍ରକାଶକ: ହାର୍ପର କଲିନ୍ସ

କବିତା: ଆଇ ୱିଲ୍ ହାଭ୍ ଇଟ୍ ହିଅର, କବି:ଜିତ ଥାଇଲ, ପ୍ରକାଶକ: ହାର୍ପର କଲିନ୍ସ

ର୍ବାଣିଜ୍ୟ: ଡିଜିଟାଲ ଫର୍ଚ୍ୟୁନ, ଭାଲ୍ୟୁ ଇନଭେଷ୍ଟର ଗାଇଡ ଟୁ ନିୟୁ ଇକୋନୋମି, ଲେଖକ:ସ୍ମାରକ ସ୍ୱାଇଁ, ପ୍ରକାଶକ: ବ୍ଲୁମସବରି ଇଣ୍ଡିଆ

ଅନୁବାଦ: ଟେନ୍ ଡେଜ୍ ଅଫ୍ ଷ୍ଟ୍ରାଇକ:ସିଲେକ୍ଟେଡ ଷ୍ଟୋରିଜ ବେଙ୍ଗଲୀ ମୂଳ ଲେଖା ସନ୍ଦୀପନ ଚଟୋପାଧ୍ୟାୟ, ଅନୁବାଦକ:ଅରୁଣଭା ସିହ୍ନା, ପ୍ରକାଶକ: ହାର୍ପର କଲିନ୍ସ

ପ୍ରଥମ ପୁସ୍ତବ: ଦ ମେନି ଲାଇଫ୍ ଅଫ୍ ସେଡା ଏକ୍ସ:ଦ ଷ୍ଟୋରୀ ଅଫ୍ ଅନନୋନ ଇଣ୍ଡିଆନ ରାଇଟର, ଲେଖକ: ନେହା ଦିକ୍ଷୀତ, ପ୍ରକାଶକ: ଜଗରନଟ

ଶିଶୁ ବର୍ଗ: ଲକ୍ଷ୍ମୀ ପଣ୍ଡା: ଦ ଷ୍ଟୋରୀ ଅଫ୍ ନେତାଜୀସ ୟଙ୍ଗେଷ୍ଟ ସ୍ପାଏ, ଲେଖବ ସ୍ୟାପି କାର୍ନେଲ, ପ୍ରକାଶକ ୱେଷ୍ଟଲାଣ୍ଡ


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

୧୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଗୁଡ଼ାରି,୧୭ା୯(ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ୧୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। ସହରର ୧୪…

ହତ୍ୟା କରିବା ପରେ ବାଇକ୍‌ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ, ଆଜି ପୂରା ଘଟଣାର ପର୍ଦ୍ଦାଫାଶ କରି…

ଗୁଣପୁର,୧୭ା୯(ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।…

ଛତ୍ରପୁର ସହରରେ କୁକୁର-ମାଙ୍କଡ଼ଙ୍କ ଉପଦ୍ରବ, ନିୟନ୍ତ୍ରଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି…

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଜିଲାର ସଦରମହକୁମା ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।…

ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର, ପୂର୍ବରୁ…

ଭୁବନେଶ୍ୱର,୧୭ା୯: ଡେପୁଟି କମିଶନର ଅଫ ପୋଲିସ(ଡିସିପି) ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ସରକାର ଏହି ଇସ୍ତଫାପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଚାକିରିରୁ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?