ପ୍ରାର୍ଥୀ ଘୋଷଣା ସରୁନି, ଚିନ୍ତାରେ ଆଶାୟୀ

ଭୁବନେଶ୍ୱର,୧୦।୪(ସୁନିତ୍‌ ମିଶ୍ର):ଆସନ୍ତା ମେ ୧୩, ୨୦, ୨୫ ଏବଂ ଜୁନ୍‌ ୧ରେ ଓଡ଼ିଶାର ୨୧ ଲୋକ ସଭା ଏବଂ ୧୪୭ ବିଧାନସଭା ଆସନରେ ଭୋଟ ହେବ। ସେହି କ୍ରମରେ ଦେଖିଲେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଲାଗି ନାମାଙ୍କନ ଦାଖଲ ପାଇଁ ଆଉ ମାତ୍ର ୮ ଦିନ ସମୟ ରହିଛି। ହେଲେ ଓଡ଼ିଶାର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ଏପର୍ଯ୍ୟନ୍ତ ସବୁ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିପାରିନାହାନ୍ତି। କଂଗ୍ରେସରୁ ଏକାଧିକ ନେତା ଦଳ ଛାଡ଼ି ଅନ୍ୟ ଦଳକୁ ଯାଉଥିବାବେଳେ ଭାଜପା ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ଦଳରେ ସାମିଲକରି ନିଜ ଦଳର ମୂଳ ନେତାମାନଙ୍କୁ ଅସନ୍ତୁଷ୍ଟ କରୁଥିବା ଲକ୍ଷ୍ୟ କରାଯାଉଛି, ଯେଉଁଥିଲାଗି ଭାଜପା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବା ପରଠାରୁ ବହୁ ବିଧାନସଭା କ୍ଷେତ୍ରରୁ ଆଶାୟୀଙ୍କ ସମର୍ଥକମାନେ ଆସି ଦଳୀୟ କାର୍ଯ୍ୟାଳୟଠାରେ ପ୍ରତିବାଦ ଏବଂ ବିରୋଧ ପ୍ରକ୍ରିୟା ଜାରି ରଖିଛନ୍ତି। ସେହିପରିି ବିଜେଡି ଅନ୍ୟ ଦଳର ଅନେକ ନେତାଙ୍କୁ ଆମଦାନୀ କରି ଟିକେଟ ଦେବା କାରଣରୁ ବହୁ ନେତା ଅସନ୍ତୁଷ୍ଟ ହୋଇ ଦଳ ଛାଡୁଥିବା ଲକ୍ଷ୍ୟ କରାଯାଉଛି। ଏଭଳି ସ୍ଥିତିରେ ୩ ଦଳରେ ପ୍ରାର୍ଥୀ ଘୋଷଣା ସରୁ ନ ଥିତ୍ବା ବେଳେ ବାକି ଥିବା ଆସନରେ ଆଶାୟୀଙ୍କ ଚିନ୍ତା ଦିନକୁ ଦିନ ବଢ଼ିଚାଲିଛି।
ଗୋଟିଏ ପର୍ଯ୍ୟାୟରେ ୧୧୨ ବିଧାନସଭା ଓ ସମସ୍ତ ୨୧ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିସାରିଲାଣି। ତେବେ ବାଲେଶ୍ୱର ଲୋକ ସଭା ଆସନକୁ ଛାଡ଼ିଦେଲେ ଅନ୍ୟ କୌଣସି ନିର୍ବାଚନମଣ୍ଡଳୀରେ ଏମ୍‌ପି ଟିକେଟ ପାଇଁ ଦଳରେ ଖୋଲାଖୋଲି ଦ୍ୱନ୍ଦ୍ୱ ଦେଖିବାକୁ ମିଳୁନାହିଁ। ବାଲେଶ୍ୱର ଲୋକ ସଭା ଆସନ ପାଇଁ ଏର ଖାରବେଳ ସ୍ବାଇଁ ଖୋଲାଖୋଲି ଦଳୀୟ ଟିକେଟ ପାଇଁ ଦାବି କରୁଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ଆହୁରି ୩୫ଟି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଘୋଷଣା ନ କରି ଝୁଲାଇ ରଖିଛି। ଫଳରେ ବିଜେଡିରୁ ଅସନ୍ତୁଷ୍ଟ ହୋଇ ଟିକେଟ ଆଶାରେ ଥିବା ଅନେକ ନେତା ଏବେ ଚିନ୍ତାରେ ପଡ଼ିଗଲେଣି। ଯେହେତୁ ଭାଜପା ଘୋଷଣା କରିଥିବା ଟିକେଟ ମଧ୍ୟରୁ ଅନେକ ସ୍ଥାନରେ ଏବେ ବିରୋଧ ଦେଖିବାକୁ ମିଳୁଛି ତାହା ମଧ୍ୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଧର୍ମଶାଳା, ମାହାଙ୍ଗା, ରଣପୁର, ଜୟଦେବ, ଖୋର୍ଦ୍ଧା, ହିଞ୍ଜିଳି ଭଳି ବହୁ ଆସନରେ ଟିକେଟ ଘୋଷଣା ପରେ ଭାଜପାର ସମସ୍ୟା ବଢ଼ିଛି।
ବିଜେଡି ୩ଟି ପର୍ଯ୍ୟାୟରେ ଏ ପର୍ଯ୍ୟନ୍ତ ମୋଟ ୧୦୮ଟି ବିଧାନସଭା ଆସନ ଓ ୨୦ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ଆହୁରି ୩୯ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନ(ବାଲେଶ୍ୱର) ପାଇଁ ଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଦେଇପାରି ନାହିଁ। କେତେକ ଆସନରେ ବିଜେଡି ବିରୋଧୀ ଦଳରୁ ନେତାଙ୍କୁ ଆଣି ଟିକେଟ ଦେଉଥିବା ଲକ୍ଷ୍ୟ କରାଯାଉଛି। ଗତଥର ତୁଳନାରେ ଏଥର ନିର୍ବାଚନରେ ଏହି ପ୍ରକ୍ରିୟାକୁ ବିଜେଡି ଅଧିକ ଉପଯୋଗ କରୁଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପଟେ ବାଲେଶ୍ୱର ଲୋକ ସଭା ଆସନରେ ଦଳ କାହାକୁ ଟିକେଟ ଦେବ ସେନେଇ ବିଚାରବିମର୍ଶ ଜାରି ରଖିଛି। ଏହି ଆସନରେ ମଧ୍ୟ ଶାସକ ଦଳ ଅନ୍ୟ ଦଳରୁ ଆମଦାନୀ କରି ଆଣିଥିବା ଜଣଙ୍କୁ ଟିକେଟ ଦେବା ଯଥେଷ୍ଟ ସମ୍ଭାବନା ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ମଧ୍ୟ ଏଯାଏଁ ୮ଟି ଲୋକ ସଭା ଏବଂ ୪୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। ଦୁଇଟି ଆସନ ଦଳ ମେଣ୍ଟକୁ ଛାଡ଼ି ଦେଇଛି। ଏହିପରି ମୋଟ ୪୯ଟି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାକି ୧୩ ଲୋକ ସଭା ଏବଂ ୯୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଅନେକ ନେତା କଂଗ୍ରେସ ଛାଡ଼ି ନିକଟରେ ବିଜେଡି ଏବଂ ଭାଜପାରେ ଯୋଗଦେଇ ସେମାନଙ୍କ ଟିକେଟରେ ଏଥର ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ବରିଷ୍ଠ ନେତା ଗଣେଶ୍ୱର ବେହେରା, ଅଂଶୁମାନ ମହାନ୍ତି, ସୁରେନ୍ଦ୍ର ସିଂଭୋଇଙ୍କ ଭଳି ଅନେକ ନେତା ବିଜେଡି ଟିକେଟରୁ ନିର୍ବାଚନ ଲଢୁଛନ୍ତି। ତେଣୁ କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ଚିନ୍ତାରେ ପଡ଼ିଯାଇଛି। ଦଳ ପ୍ରଗମନ ଆପ୍‌ରେ ଯେଉଁ ହଜାର ହଜାର ଲୋକ ଟିକେଟ ପାଇଁ ଆବେଦନ କରିଥିବା କଥା କହୁଥିଲା ସେଥିରେ କେତେ ସତ୍ୟତା ରହିଛି ତାହା ମଧ୍ୟ ଜଣାପଡୁନାହିଁ। ଆସନ୍ତା ୧୩ରେ ସିଇସି ବୈଠକ ଥିବାବେଳେ ଏହାପରେ ଯାଇ ଦଳ ବାକି ଆସନଗୁଡିକ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ଆମରଣ ଅନଶନରେ ଆୟୁଷ ଛାତ୍ରୀଛାତ୍ର : ଦେଲେ ଚେତାବନୀ, ଦାବି ପୂରଣ ନହେବା ଯାଏ…

ବଲାଙ୍ଗୀର, ୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ନିଖିଳ ଓ ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri