Categories: ଜାତୀୟ

ଜାତୀୟ ଷ୍ଟାର୍ଟ ଅପ୍‌ ଡେ ଘୋଷଣା, ପ୍ରତିବର୍ଷ ଜାନୁୟାରୀ ୧୬ରେ ହେବ ପାଳନ…

ନୂଆଦିଲ୍ଲୀ, ୧୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଷ୍ଟାର୍ଟ ଅପ୍‌ ଡେ ପାଳନ ସମ୍ପର୍କରେ ଶନିବାର ଘୋଷଣା କରିଛନ୍ତି। ପ୍ରତିବର୍ଷ ଜାନୁୟାରୀ ୧୬ରେ ହେବ ପାଳନ ଏହି ଦିବସ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଷ୍ଟାର୍ଟ ଅପ୍‌ ଉଦ୍ୟୋଗୀଙ୍କ ସହିତ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ଭାରତର ଷ୍ଟାର୍ଟ ଅପ୍‌ ସାରା ପୃଥିବୀରେ ନିଜର ପରିଚିତି ସୃଷ୍ଟି କରିପାରିଛି। ଦେଶରେ ଷ୍ଟାର୍ଟ ଅପ୍‌ ସଂସ୍କୃତି ବ୍ୟାପିବାରେ ଲାଗିଛି। ଇନୋଭେଶନ ପ୍ରତି ପିଲାଙ୍କ ମଧ୍ୟରେ ଆକର୍ଷଣ ସୃଷ୍ଟି କରିବା ସରକାରଙ୍କ ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଦେଶରେ ଇତିମଧ୍ୟରେ ୯,୦୦୦ରୁ ଅଧିକ ଅଟଳ ଲ୍ୟାବ୍ସ୍‌ ସ୍ଥାପନ କରାଯାଇଛି। ଏହା ଦ୍ୱାରା ସ୍କୁଲ ପିଲାଙ୍କ ମଧ୍ୟରେ ଇନୋଭେଶନ ଏବଂ ନୂତନ ଚିନ୍ତାଧାରା ପ୍ରତି ଆଗ୍ରହ ସୃଷ୍ଟି କରାଯାଇ ପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏବେ ଇନୋଭେଶନ ଇଣ୍ଡେକ୍ସ୍‌ରେ ଭାରତ ପୃଥିବୀରେ ୪୬ ସ୍ଥାନରେ ରହିଛି। ୨୦୧୫ରେ ଏହା ୮୧ ଥିଲା। ଦେଶରେ ଯୁବ ଉଦ୍ୟୋଗୀ ନୂଆ ଚିନ୍ତାଧାରା ନେଇ ଆଗକୁ ବଢ଼ିବାରେ ଲାଗିଥିବା ପ୍ରଧାନନ୍ତ୍ରୀ କହିଛନ୍ତି।

Share