Categories: ଜାତୀୟ

ଗାଜିପୁର ସୀମାରେ ଜିଲାପି ଖାଇ ଖୁସି ମନାଇଲେ କୃଷକ

ଗାଜିପୁର,୧୯ ।୧୧: କେନ୍ଦ୍ର ସରକାର ଫେରାଇ ନେଇଥିବା ୩ କୃଷି ଆଇନକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ସ୍ୱାଗତ କରିଛି । ମୋର୍ଚ୍ଚା କହିଛି ଉଚିତ ସଂସଦୀୟ ପ୍ରକ୍ରିୟା ମାଧ୍ୟମରେ ଘୋଷଣାକୁ ପ୍ରଭାବି ହେବାନେଇ ପରୀକ୍ଷା କରାଯିବ । କୃଷକ ମୋର୍ଚ୍ଚା ଆହୁରି ମଧ୍ୟ ମନେପକାଇ ଦେଇଛି କି କେବଳ କୃଷି ଆଇନକୁ ନେଇ ଆନ୍ଦୋଳନ କରାଯାଇ ନ ଥିଲା ଏହା ସମସ୍ତ କୃଷି ଉତ୍ପାଦନ ଓ ସମସ୍ତ କୃଷକଙ୍କ ପାଇଁ ଲାଭକାରୀ ମୂଲ୍ୟର ବୈଧାନିକ ଗ୍ୟାରେଣ୍ଟି ପାଇଁ ବି କରାଯାଇଥିଲା । କୃଷକଙ୍କ ଏହି ଦାବି ଏବେ ବାକି ରହିଛି । ସଂଯୁକ୍ତ କୃଷକ ମୋର୍ଚ୍ଚା ସମସ୍ତ ଘଟଣାକ୍ରମ ଉପରେ ଧ୍ୟାନ ଦେବ । ଏହାକୁ ନେଇ ଖୁବଶୀଘ୍ର ବୈଠକ ହେବ । ଆଗାମୀ ନିର୍ଣ୍ଣୟ ବିଷୟରେ ଘୋଷଣା ବି କରାଯିବ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୩ ନୂଆ କୃଷି ଆଇନକୁ ଫେରାଇ ନେବା ଘୋଷଣା ହେବା ପରେ ଉତ୍ତର ପ୍ରଦେଶ ଗେଟ ଗାଜିପୁର ନିକଟରେ ଆନ୍ଦୋଳନରତ କୃଷକମାନେ ଖୁସି ବ୍ୟକ୍ତ କରିଛନ୍ତି । ଏମାନେ ପରସ୍ପର ମଧ୍ୟରେ ମିଠା ବାଣ୍ଟି ଖୁସି ମନାଇବା ସହ ଗେଟ ପାଖରେ ଯଜ୍ଞ କରୁଥିବା ଦେଖାଯାଇଛି ।

Share