Categories: ଜାତୀୟ

ଉପନିର୍ବାଚନ ତାରିଖ ଘୋଷଣା, ୪ ରାଜ୍ୟର ୪ ବିଧାନସଭା-୧ ଲୋକ ସଭା ପାଇଁ ମତଦାନ ଏପ୍ରିଲ୍‌ ୧୨ରେ…

ନୂଆଦିଲ୍ଲୀ, ୧୨।୩ : ନିର୍ବାଚନ କମିଶନଙ୍କ ପକ୍ଷରୁ ୪ ରାଜ୍ୟର ୪ ବିଧାନସଭା ଏବଂ ୧ ଲୋକ ସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଶନିବାର ଘୋଷଣା ହୋଇଛି। ଏନେଇ ମତଦାନ ଏପ୍ରିଲ୍‌ ୧୨ରେ ହେବ ବୋଲି ନିର୍ବାଚନ କମିଶନ ସୂଚନା ପ୍ରଦାନ କରିଛନ୍ତି। ଏହାର ଭୋଟ ଗଣତି ଏପ୍ରିଲ୍‌ ୧୬ରେ ହେବ।

ପଶ୍ଚିମବଙ୍ଗର ଆସାନସୋଲ୍‌ ଲୋକ ସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ସେହି ପଶ୍ଚିମବଙ୍ଗର ବାଲିଗଞ୍ଜ, ଛତିଶଗଡ଼ର ଖେରାଗଡ଼, ବିହାରର ବୋଚହାଁ ଏବଂ ମହାରାଷ୍ଟ୍ରର କୋଲାହ୍ଲାପୁର ଆଦି ୪ ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ।

ଏନେଇ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ତାରିଖ ମାର୍ଚ୍ଚ ୨୪ ରହିଛି। ମାର୍ଚ୍ଚ ୨୫ରୁ ଯାଞ୍ଚ୍‌ କାର୍ଯ୍ୟ ଆରମ୍ଭ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ତାରିଖ ମାର୍ଚ୍ଚ ୨୮ ରହିଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

 

Share