Categories: ଜାତୀୟ

ନାଗାଲାଣ୍ଡ, ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ,୨।୨: ଭାରତୀୟ ଜନତା ପାର୍ଟି ନାଗାଲାଣ୍ଡ ଏବଂ ମେଘାଳୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଭାଜପା ନେତା ନଳିନୀ କୋହଲି କହିଛନ୍ତି, ଭାଜପା ନାଗାଲାଣ୍ଡରେ ୨୦ଟି ଆସନ ପ୍ରତିଦ୍ୱନ୍ଦ୍ୱିତା କରିବ, ଅବଶିଷ୍ଟ ୪୦ଟି ଆସନ ସହଯୋଗୀ ଏନଡିପିପିଙ୍କୁ ଦିଆଯାଇଛି। ଦଳ ଦ୍ୱାରା ଆଲଙ୍ଗଟାକି ବିଧାନସଭା ନିର୍ବାଚନମଣ୍ଡଳୀରୁ ନାଗାଲାଣ୍ଡ ଭାଜପା ରାଜ୍ୟ ସଭାପତି ଟେମଜେନ ଇମ୍‌ନାଙ୍କୁ ପ୍ରାର୍ଥୀ କରାଯାଇଛି।
ଏହା ବ୍ୟତୀତ ଭାରତୀୟ ଜନତା ପାର୍ଟି ମଧ୍ୟ ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ୬୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି।

Share