Categories: ଜାତୀୟ

ଚାଲିବ ୧୮୦ଟି ‘ଭାରତ ଗୌରବ’ ଟ୍ରେନ

ନୂଆଦିଲ୍ଲୀ,୨୩ ।୧୧: ମଙ୍ଗଳବାର ରେଲୱେ ପକ୍ଷରୁ ୧୮୦ଟି ‘ଭାରତ ଗୌରବ’ ଟ୍ରେନ୍ ଚାଲିବା ନେଇ ଘୋଷଣା କରାଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହା ଘରୋଇ କମ୍ପାନୀ ଓ ଆଇଆରସିଟିସି ଦ୍ୱାରା ଚଳାଯିବ । ଏହାଦ୍ୱାରା ଦେଶର ପର୍ଯ୍ୟଟନକୁ ପ୍ରମୋଟ କରାଯିବ । ତେବେ ଟ୍ରେନର ଭଡା ଟୁର ଅପରେଟରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯିବ । ଏହି ଟ୍ରେନ ଚାଲିବାରେ ରେଲୱେ କେବଳ ଏହାର ମନିଟରିଂ, ପାର୍କିଂ ଓ ଅନ୍ୟ ସୁବିଧା ଯୋଗାଇ ଦେବ । ଏହା ଥିମ ଆଧାରିତ ହେବ । ଏଥିରେ ଭାରତର ସଂସ୍କୃତି ପ୍ରଦର୍ଶିତ ହେବ । ପାଖାପାଖି ୧୯୦ ଟ୍ରେନକୁ ଏଥିପାଇଁ ଯୋଗାଇ ଦିଆଯିବ । ରେଳ ମନ୍ତ୍ରୀ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂଆ କ୍ଷେତ୍ର । ଏହା ନିୟମିତ ଟ୍ରେନ୍ ସେବା ନୁହେଁ । ଭାରତ ଗୌରବ ଟ୍ରେନ ଚଲାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟନକୁୁ ପ୍ରମୋଟ କରିବା ।

Share