ମୁମ୍ବାଇ,୨୩।୭:ବରିଷ୍ଠ ସମାଜସେବୀ ଆନ୍ନା ହଜାରେ ଏକ ନୀରବ ପ୍ରତିବାଦ ସମୟରେ ଭୋ ଭୋ ହୋଇ କାନ୍ଦିଛନ୍ତି। ମହାରାଷ୍ଟ୍ରର ଶିରିଡିରେ ଏକ ନୀରବ ପ୍ରତିବାଦ ଆୟୋଜନ କରାଯାଇଥିଲା। ଦିଲ୍ଲୀରେ ଚାଲିଥିବା ଛାତ୍ର ପ୍ରତିବାଦକୁ ସମର୍ଥନ କରିବା ପାଇଁ ସେ ୱାଡିଆ ପାର୍କରେ ଥିବା ଗାନ୍ଧୀ ସ୍ମାରକୀରେ ନୀରବ ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ। ଆନ୍ନା ହଜାରେ ଅସୁସ୍ଥ ଥଶଇ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ସେ ସେଠାରେ କିଛି ସମୟ ପାଇଁ ରହିଥିଲେ ଏବଂ ପରେ ଚାଲିଯାଇଥିଲେ। ତାଙ୍କ ପ୍ରସ୍ଥାନ ପରେ ମଧ୍ୟ ନୀରବ ପ୍ରତିବାଦ ଜାରି ରହିଥିଲା।
ଏହା ଉଲ୍ଲେଖନୀୟ ଯେ, ଯେତେବେଳେ ଛାତ୍ର ପ୍ରତିବାଦ ଆରମ୍ଭ ହୋଇଥିଲା, ସେତେବେଳେ ପ୍ରଶ୍ନ ଉଠିଥିଲା ଆନ୍ନା ହଜାରେ କେଉଁଠି? ଆନ୍ନା କେବଳ ନୀରବ ପ୍ରତିବାଦରେ ଅଂଶଗ୍ରହଣ କରି ନ ଥିଲେ, ବରଂ ସେ ଛାତ୍ରଙ୍କ ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ।
ତାଙ୍କ ଚିଠିରେ ସେ କହିଛନ୍ତି, ହିଂସା ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ପ୍ରତିବାଦକାରୀଙ୍କ ଅସନ୍ତୋଷକୁ ଆଇନ ଶୃଙ୍ଖଳା ସମସ୍ୟା ଭାବରେ ନୁହେଁ, ବରଂ ସମାଜର ଦୁଃଖ ଏବଂ ଆଶାର ପ୍ରତିଫଳନ ଭାବରେ ଦେଖାଯିବା ଉଚିତ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ କହିବା ଦ୍ୱାରା ସରକାରଙ୍କ ପତନ ହେବ ନାହିଁ, ବରଂ ଏହାର କାର୍ଯ୍ୟକାରିତା ଅଧିକ ଦାୟିତ୍ୱବାନ ଏବଂ ପ୍ରଭାବଶାଳୀ ହେବ। ସେ ସରକାରଙ୍କୁ ଆନ୍ଦୋଳନକାରୀଙ୍କ କଥା ଧର୍ଯ୍ୟର ସହିତ ଶୁଣିବା, ବିଶ୍ୱାସର ପରିବେଶ ସୃଷ୍ଟି କରିବା ଏବଂ ସକାରାତ୍ମକ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ପାଇଁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶର ସର୍ବୋଚ୍ଚ ନେତା ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଚିଠି ଲେଖିଛନ୍ତି ଏବଂ ତାଙ୍କୁ ଜନସାଧାରଣଙ୍କ ସମସ୍ୟା ବିଷୟରେ ଅବଗତ କରାଯିବା ଉଚିତ।
Shirdi, Maharashtra: Veteran social activist Anna Hazare participated in a silent protest at the Gandhi Memorial in Wadia Park in support of the ongoing students’ agitation in Delhi.
Despite being unwell, Hazare joined the protest to extend his moral support to the students but… pic.twitter.com/KtCY2bsF5D
— IANS (@ians_india) July 23, 2026