Posted inଖେଳ

ଆଇଟିଏଫ୍‌ ଡବଲ୍ସ ଟାଇଟଲ ଜିତିଲେ ଅଙ୍କିତା

ଦୁବାଇ, ୧୪ା୧୨ (ପି.ଟି.)-ଭାରତୀୟ ଟପ୍‌ ଟେନିସ ଖେଳାଳି ଅଙ୍କିତା ରାଇନା ମହାମାରୀରେ ପ୍ରଭାବିତ ୨୦୨୦ ସିଜନରେ ତାଙ୍କର ତୃତୀୟ ଡବଲ୍ସ ଟାଇଟଲ ହାସଲ କରିଛନ୍ତି। ଏକାଟରିନ୍‌ ଗୋର୍‌ଗଜ୍‌ଙ୍କ ସହିତ ସେ ଏଠାରେ ଅଲ୍‌ ହାବ୍‌ତୁର ଚ୍ୟାଲେଞ୍ଜ ପ୍ରତିଯୋଗିତା ଜିତିଛନ୍ତି। ଅଣସିଡ୍‌ ଇଣ୍ଡୋ-ଜର୍ଜିଆନ୍‌ ଯୋଡ଼ି ୧୦୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଏହି ହାର୍ଡକୋର୍ଟ ଇଭେଣ୍ଟର ଫାଇନାଲରେ ସ୍ପେନ୍‌ ଓ ସ୍ଲୋଭାକିଆନ ଯୋଡ଼ି ଆଲିଓନା ବୋଲସୋଭା ଜାଡୋଇନୋଭ୍‌ ଏବଂ କାଜା ଜୁଭାନଙ୍କୁ ୬-୩, ୩-୬, ୧୦-୬ରେ ହରାଇ ଦେଇଛନ୍ତି। ଅଙ୍କିତାଙ୍କ ପାଇଁ ଏହାଥିଲା ସିଜନର ୪ର୍ଥ ଫାଇନାଲ। ସେ ଜିତିଥିବା ଅନ୍ୟ ଦୁଇଟି ଟାଇଟଲର ପୁରସ୍କାର ରାଶି ୨୫,୦୦୦ ଆମେରିକୀୟ ଡଲାର ରହିଥିବାରୁ ଏଠାରେ ସେ ତୁଳନାରେ ବଡ଼ ଟ୍ରଫି ହାସଲ କରିଛନ୍ତି। ଚଳିତବର୍ଷ ଫେବୃୟାରୀରେ ଅଙ୍କିତା ତିନୋଟି ପ୍ରତିଯୋଗିତାରେ ଫାଇନାଲକୁ ଉନ୍ନୀତ ହୋଇଥିଲେ। ବିବିଏନ୍‌ ସ୍କୁଫ୍ସଙ୍କୁ ସାଥୀ କରି ନୋନ୍ଥାବୁରି (ଥାଇଲାଣ୍ଡ)ରେ କ୍ରମାଗତ ଦୁଇଟି ଟାଇଟଲ ଜିତିଥିବା ବେଳେ ନିଜ ଦେଶର ସ୍ନେହାଲ ମାନେଙ୍କୁ ସାଥୀ କରି ସେ ଯୋଧପୁରଠାରେ ରନର୍ସଅପ୍‌ ହୋଇଥିଲେ। କରେନା ଯୋଗୁ ଦୀର୍ଘଦିନ ପରେ ଟେନିସକୁ ସଫଳ ପ୍ରତ୍ୟାବର୍ତ୍ତନ କରିପାରିଥିବାରୁ ସେ ଖୁବ୍‌ ଆନନ୍ଦିତ ବୋଲି ଅଙ୍କିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri