ଏମ୍‌ଏସ୍‌ଏମ୍‌ଇକୁ ୨.୦୫ ଲକ୍ଷ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ: ସରକାର ଘୋଷଣା କରିଥିବା ୩ ଆତ୍ମନିର୍ଭର ପ୍ୟାକେଜର ଅଗ୍ରଗତି ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ସମୀକ୍ଷା କରିଛନ୍ତି। କୋଭିଡ୍‌-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ପୁଣି ଛିଡ଼ା କରିବା ଲାଗି ସରକାର ଏହି ପ୍ୟାଜେକ ଘୋଷଣା କରିଥିଲେ। ବିଭିନ୍ନ ମନ୍ତ୍ରଣାଳୟର ସଚିବ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ପ୍ୟାକେଜର କାର୍ଯ୍ୟକାରିିତା ସମ୍ପର୍କରେ ସୀତାରାମନ ତଦାରଖ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ୍‌ (ଇସିଏଲ୍‌ଜିଏସ୍‌)ରେ ବ୍ୟାଙ୍କଗୁଡିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ଲାଗି ୨.୦୫ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରିଛନ୍ତି। ଏହି ଯୋଜନାରେ କ୍ଷୁଦ୍ରଶିଳ୍ପକୁ ୩ ଲକ୍ଷ କୋଟି ଟଙ୍କା ଯୋଗାଇଦେବା ନେଇ ସରକାର ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୮୧ ଲକ୍ଷ ଆକାଉଣ୍ଟ ଲାଗି ୨.୦୫ ଲକ୍ଷ କୋଟି ଟଙ୍କାର ଅର୍ଥ ରାଶିକୁ ମଞ୍ଜୁରୀ ଦିଆଯାଇଛି। ମଞ୍ଜୁର ହୋଇଥିବା ଅର୍ଥ ରାଶି ମଧ୍ୟରୁ ୪୦ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ଡିସେମ୍ବର ୪ ସୁଦ୍ଧା ୧.୫୮ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି।
ସୂଚନାଯୋଗ୍ୟ, ଆତ୍ମନିର୍ଭର ଭାରତ ୩.୦ରେ ସରକାର ଇସିଏଲ୍‌ଜିଏସ୍‌ ସ୍କିମ୍‌ର ସୀମାକୁ ବଢ଼ାଇଥିଲେ। ଏଥିରେ ୨୬ ପ୍ରଭାବିତ କ୍ଷେତ୍ର ଏବଂ ହେଲ୍‌ଥ କେୟାର କ୍ଷେତ୍ରକୁ ମଧ୍ୟ ସାମିଲ କରାଯାଇଥିଲା। ବର୍ଦ୍ଧିତ ସମୟ ଅନୁସାରେ କ୍ଷୁଦ୍ରଶିଳ୍ପକୁ ୫ ବର୍ଷ ଅବଧି ଯାଏ ଋଣ ପ୍ରଦାନ କରାଯିବା ନେଇ ବ୍ୟବସ୍ଥା ହୋଇଛି। ଋଣ ଫେରସ୍ତ କ୍ଷେତ୍ରରେ ୧୨ ମାସର ମୋରାଟୋରିୟମ ସମୟ ମଧ୍ୟ ଦିଆଯାଇଛି। ଇସିଏଲ୍‌ଜିଏସ୍‌ ୨.୦ର ଅବଧି ମାର୍ଚ୍ଚ ୨୦୨୧ ରହିଛି। କୋଭିଡ୍‌ ପ୍ରଭାବିତ କେତେକ କ୍ଷେତ୍ରର ଋଣ ପୁନର୍ଗଠନ ପାଇଁ କାମାଥ କମିଟି ସୁପାରିସ କରିଛି। ଏହି କ୍ଷେତ୍ରଗୁଡିକ ମଧ୍ୟରେ ଶକ୍ତି, ନିର୍ମାଣ, ରିୟଲ ଇଷ୍ଟେଟ, ବୟନ, ଫାର୍ମାସ୍ୟୁଟିକାଲ, ଲଜିଷ୍ଟିକ, ସିମେଣ୍ଟ, ଅଟୋଯନ୍ତ୍ରାଂଶ, ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଟୁରିଜମ ରହିଛି। ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ କେ.ଭି. କାମାଥଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଗଷ୍ଟରେ ପ୍ରସ୍ତାବ ଦେଇଥିଲା।
ସୀତାରାମନ ପୁଣି କହିଛନ୍ତି, ସ୍ମଲ ଇଣ୍ଡଷ୍ଟ୍ରିଜ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ସିଡ୍‌ବି)କୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୭୫୫ କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି। ମୁଦ୍ରା ଶିଶୁ ଲୋନ ବର୍ଗରେ ସୁଧ ଛାଡ଼ ବାବଦକୁ ୧୫୦୦ କୋଟି ଯୋଜନା ଅଧୀନରେ ଏହି ଅର୍ଥ ରାଶି ପ୍ରଦାନ କରାଯାଇଛି। ସୁଧ ଛାଡ ସୁବିଧା ଯୋଗାଣ ଲାଗି ମେମ୍ବର ଲେଣ୍ଡିଂ ଇନ୍‌ଷ୍ଟିଚ୍ୟୁଶନ(ଏମ୍‌ଏଲ୍‌ଆଇ)ଗୁଡିକୁ ୨୦୬.୭୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାବାଦ ଚଳିତ ବର୍ଷ ଡିସେମ୍ବର ୪ ସୁଦ୍ଧା କିଷାନ କ୍ରେଡିଟ କାର୍ଡ (କେସିସି) ଯୋଜନାରେ ୧.୬୯ କୋଟି କୃଷକଙ୍କୁ ୧.୫୪ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆତ୍ମନିର୍ଭର ଭାରତ ପ୍ୟାକେଜରେ ୨.୫ କୋଟି କୃଷକଙ୍କୁ ୨ ଲକ୍ଷ କୋଟି ଟଙ୍କା ଯୋଗାଇ ଦେବା ଲାଗି ସରକାର ଘୋଷଣା କରିଥିଲେ। ନୂଆ ଆଂଶିକ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା(ପିସିଜିଏସ୍‌)ରେ ୬୭ ଅଣ ବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନ ପକ୍ଷରୁ ଜାରି ହୋଇଥିବା ୨୭,୯୯୪ କୋଟି ଟଙ୍କାର ବଣ୍ଡ ଏବଂ କମର୍ସିଆଲ ପେପରକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ କ୍ରୟ କରିଛନ୍ତି। ସେହିଭଳି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କଗୁଡିକୁ ୩୦ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଣ ପ୍ରସ୍ତାବକୁ ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ) ମଞ୍ଜୁରୀ ପ୍ରଦାନ କରାଯାଇଛି। ୯୦ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଣ ବାଦ୍‌ ଏହି ରାଶି ନାବାର୍ଡ ଯୋଗାଇଦେବ। ସେହିଭଳି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ୧.୪୫ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଯୋଗାଇ ଦେଇଥିବା ସୀତାରାମନ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri