ଅଙ୍କିତାଙ୍କୁ ୩୬: ସୁଶାନ୍ତଙ୍କୁ ଏବେ ବି ପାରି ନାହାନ୍ତି ଭୁଲି

ମୁମ୍ବାଇ,୧୯।୧୨: ଛୋଟ ପରଦାର ପବିତ୍ର ରିସ୍ତାରୁ କ୍ୟାରିୟର ଆରମ୍ଭ କରିଥିବା ସୁନ୍ଦରୀ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଶନିବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର ୧୯ରେ ସେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ପବିତ୍ର ରିସ୍ତାରେ ଅଭିନୟ କରୁଥିବାବେଳେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହିତ ତାଙ୍କର ଆରମ୍ଭ ରୋମାନ୍ସ ହୋଇଥିଲା । ଏହାପରେ ଦୁହେଁ ଦୀର୍ଘ ୬ବର୍ଷ ଲିଭ୍‌ ଇନ୍‌ରେ ରହିବା ପରେ ସେମାନଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା। ପରେ ସୁଶାନ୍ତଙ୍କ ଆତ୍ମହତ୍ୟ ପରେ ଅଙ୍କିତା ଦୁଃଖରେ ଭାଙ୍ଗିପଡ଼ିଥିଲେ। ବହୁ ସମୟରେ ସେ ସୁଶାନ୍ତଙ୍କ ସମ୍ପର୍କିତ ଲେଖା ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରୁଥିବାର ଦେଖିବାକୁ ମିଳୁଛି। ଏଥିରେ ଜଣାପଡୁଛି ଯେ. ଅଙ୍କିତା ଏବେ ବି ସୁଶାନ୍ତଙ୍କୁ ଭୁଲି ପାରି ନାହାନ୍ତି।

Share